Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

3  

Jagannath Das

Inspirational

ନମସ୍ତେ ତ୍ରିରଙ୍ଗା

ନମସ୍ତେ ତ୍ରିରଙ୍ଗା

1 min
181



ତ୍ରିରଙ୍ଗା ଆମ ଜାତିର ପ୍ରତୀକ

ସମ୍ପଦ ପରାଣ ତୁହି ଦେଶ ଯାକ ।

        

ଧନ୍ୟ ଧନ୍ୟ ତୁହି ତିନି ରଙ୍ଗିଆ ରେ

ଧରିଛୁ ଅଙ୍ଗ ରେ ସୁଖ ସଙ୍ଗିଆ ରେ

ଚକ୍ର ସ୍ତମ୍ଭ ତୋର-ବିଜୟ ବହୁଛି

ନମଇଁ ତଳ କୁ କରିଣ ମସ୍ତକ

ତ୍ରିରଙ୍ଗା ଆମର ଜାତିର ପ୍ରତୀକ

ସମ୍ପଦ ପରାଣ ତୁହି ଦେଶ ଯାକ।

      

ଉଡ଼ିତ ଚାଲିଛୁ, ଏ ଦେଶ ସାରା

ସମସ୍ତେ ଧରନ୍ତି, ଜାତିର ପଶରା

ଯାବତ ଜାତିର ଘରେ ଘରେ ପରା

ଏଥର ଉଡ଼ିବୁ କରି ଦେଇ ଏକ.

 ତ୍ରିରଙ୍ଗା ଆମର ଜାତିର ପ୍ରତୀକ

ସମ୍ପଦ ପରାଣ ତୁହି ଦେଶ ଯାକ ।

       

ତୋହରି ଲାଗି କେତେ ଯେ ସମର

ଲାଗିଛି ଜାଗିଛି ସମର ଭୂଇଁ ର

ଶାନ୍ତି, ମୈତ୍ରୀ ର ପୀରତି ବାଣ୍ଟୁଛୁ

ତଳକୁ କରୁଛୁ ବଇରୀ ବିବେକ

ତ୍ରିରଙ୍ଗା ଆମର ଜାତିର ପ୍ରତୀକ

ସମ୍ପଦ ପରାଣ ତୁହି ଦେଶ ଯାକ ।


Rate this content
Log in

Similar oriya poem from Inspirational