Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

3  

Jagannath Das

Inspirational

ଶୁଖିଲା ଶ୍ରାବଣ

ଶୁଖିଲା ଶ୍ରାବଣ

1 min
197


ଶୋଇ ଯାଇ ଅଛି

ବରୁଣ ଦେବତା

ରୁକ୍ଷ କୁମ୍ଭକର୍ଣ୍ଣ ସାଜି ।


ଧରା ଭୂମି ପରେ

ନାହିଁ ଧାରା ପାତ

ଶୁଖିଲା ଶ୍ରାବଣ ଆଜି ।


ଫାଟି ପଡ଼ୁଥିଲା

ଦିନେ ଛବିଳାର

ଛବିଳ ରୁପର ଛଟା ।


ନାହିଁ ତ ଜଳଦ

ଆଜି ଏ ଶ୍ରାବଣେ

ସେ ମହା ରୁପର ଘଟା ।


କ୍ଲାନ୍ତ ନୟନେ

କୃଷକ ଆତୁରେ

ଚାହୁଁଛିରେ ବାରବାର ।


ଶୁଖିଲା ଶ୍ରାବଣ

ଆଣିଛି ବିଷାଦ

ଦୁଃଖରେ ହୁଏ ଅଧୀର ।


ତୋ କୃପା ଉପରେ

ରଖିଥିଲା ସେହୁ

ସକଳ ଭରସା ତାର ।


ଆଜି ଭାବୁନାହିଁ

ଖେଳାଇବୁନି ତୁ

କରୁଣାର ପାରାବାର ।


ମମତା ଧାରା ତୋ

ଝରୁନି ଶ୍ରବଣେ

ନବୀନ ଶସ୍ୟ ଶିରେ ।


କ୍ଷେତ ଉଛୁଳୁନି

କ୍ଷିତି ଭରୁନାହିଁ

ଗଗନୁ ବହୁନି ନୀରେ ।


ଆଶାର ସଉଧ

ଭାଜି ଯାଉ ଅଛି

ତିଳ ତିଳ ହୋଇ ହାୟ ।


ଦୟା ର ଦେବତା

ଛାତି ତୋ ପାଶାଣ

ଶ୍ରାବଣେ ହେଉ ତୁ ନିର୍ଦୟ ।


ଶୁଖିଲା ଶ୍ରାବଣ

ଖୋଜୁଛି ରେ ଆଜି

ଢାଳିଦେ ବୃଷ୍ଟି ଅଚିରେ ।


ଫେରି ଆସୁ ଚାଷୀ

ମୁଖେ ସରସତା

ଏଇ ମର୍ତ୍ତ୍ୟ ଧାତିକାରେ ।


Rate this content
Log in

Similar oriya poem from Inspirational