STORYMIRROR

suvendu Meher

Inspirational

3  

suvendu Meher

Inspirational

କ୍ରାନ୍ତି ଖୋଜିବା ଆସ

କ୍ରାନ୍ତି ଖୋଜିବା ଆସ

1 min
135


ମାଟିର ମୁକ୍ତି ପାଇଁ

ସଞ୍ଚରିଥିଲା ଦେହରେ

ଶତ ସିଂହର ସାହସ 

ମନରେ ଦୀପ୍ତ ପ୍ରଜ୍ୱଳିତ ଶିଖା

ଆଉ 

ଦେଇଛି ସେ ବଞ୍ଚିବାର ନିଃଶ୍ୱାସ ।

ସିଏ ମୋ ବୀର ପୁଙ୍ଗବ

ବାପୁ ମୋହନ ଦାସ ।

କ୍ରାନ୍ତିର ଏହି ଅମୃତ ସ୍ମୃତିକୁ

ଚାରଣ କରିବା ଆସ ।।


ଦେଶ ପାଇଁ ଯିଏ

ସହିଛି

ଆତଙ୍କର ବର୍ବରତା

ଅତ୍ୟାଚାରର ଜର୍ଜରତା ।

ଦେବା ଓ ପାଇବା ଆଧାରରେ

ରକ୍ତ ବଦଳରେ ମାଗିଛି ସ୍ୱାଧୀନତା ।

ସ୍ୱରାଜର ମୁକ୍ତି....!

ଜୀବରୁ ଶିବକୁ ଅଭିମନ୍ତ୍ରିତ କରି

ଆଜାଦ ହିନ୍ଦ ଫୌଜର ଡ଼ାକରାରେ

ରଖିଛନ୍ତି କୀର୍ତ୍ତି ଯଶ ।

ଆଜି 

ହସୁଛି ଭାରତ ତାଙ୍କ ବଳିଦାନେ

ସିଏ ମୋ ସୁଭାଷ ବୋଷ ।।


ଦୃଢ଼ତାର ଦୀପ୍ତ ଶିଖା ସିଏ

ନିରଳସ କର୍ମଠ ସାଧକ

ଯା ପାଶେ ନଇଁଲା ଇଂରେଜର ମଥା

ଆଜି ଆସ

ଗାଇବା ସେ ଶୌର୍ଯ୍ୟର ଗାଥା ।

ଝୁରୁଛି ବ୍ରାହ୍ମଣୀ ଝୁରେ ଏ ଭାରତ

ତା ପାଦେ କରି ମଥାନତ ।

ମୋ ଗାଁ ମୋ ମାଆ ନାରା ଦେଇ

ଅଜେୟ ଅମର ଆଜି

ମୋ ବାଜି ରାଉତ ।।


ଆର୍ଯ୍ୟବର୍ତ୍ତେ ଜନ୍ମି କେତେକେତେ ଋଷି ଦେଖାଇଲେ ସ୍ୱାଧୀନତାର ଶଶୀ।

ଶ୍ରୀଅରବିନ୍ଦ ଭଗତ ସିଂର ଧ୍ୱନି

ଶିବାଜୀ ର ଜୟ ମା ଭବାନୀ 

ପ୍ରେମର ବହ୍ନିରେ 

ବିର୍ଷା ମୁଣ୍ଡା ସୁରେନ୍ଦ୍ର ସାଏ ଆଜି

ଇତିହାସ ମଧ୍ୟେ ।

ପଞ୍ଚସ୍ତରୀ ଶ୍ରାବଣର ଅତିକ୍ରାନ୍ତ ପରେ

ସ୍ୱାଧୀନତାର ଏ ଅମୃତ ଦିବସ।

"ମାଆ ମାଆ ବୋଲି କେତେ ମୁଁ ଖୋଜିଲି

ମାଆକୁ ପାଇଲି ନାହିଁ" 

ଗାଇ ଗାଇ ଦିନେ ଖୋଜି ବୁଲୁଥିଲେ

ମୋ ମଧୁସୂଦନ ଦାସ ।।


ଅସହାୟ ଆମ ଗାଁ ରଘୁଆ

ଦେଶପ୍ରେମେ ବଳାଇ ଆଗ୍ରହ

ଭତ୍ତା ପଇସାରୁ କିଣିଛି

ବିଡାଏ ପତାକା ।

ଜିଦ ଧରିଛି ସେ ରାଜଧାନୀ ଯିବ !

ଅଭାବୀ ବିଧାୟକଙ୍କୁ ଗୋଟେ ଗୋଟେ ଦେବ ।

ଫାଇଲମାନଙ୍କ ଡିଆଁ ଡେଇଁ ଭିତରେ ବି

ଲକ୍ଷେ ଦରମା ଅଣ୍ଟୁନି ତାହାଙ୍କୁ।

ଗାନ୍ଧି ତୁମେ ଓହ୍ଲାଇକି 

ଆଉଥରେ ଏ ମାଟିକୁ ଆସ ।

ନେତା ଓ ଅମଲା ମିତ୍ରତା ମଧ୍ୟରେ

କ୍ରାନ୍ତି ଖୋଜିବା ଆସ।।

କ୍ରାନ୍ତି ଖୋଜିବା ଆସ ।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational