Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

3  

Niranjan Mishra

Inspirational

ଶେଷ ଠିକଣା

ଶେଷ ଠିକଣା

1 min
202



ଠିକଣା କେତେ ମୋ ବଦଳିଛି ସଦା

ଅନ୍ତ ମୁଁ ପାଉନି ତାର ।

କାଲିର ଠିକଣା ଆଜି ଆଉ ନାହିଁ

ଆଜି ଠିକଣା ଆଜିର ।


ପୁରୁଣା ଠିକଣା ଜଣାନାହିଁ ମୋତେ

କାହିଁ କେଉଁଠାରେ ଥିଲି ।

ମାତୃ ଗରଭରୁ ଦିନେ ଆସି ମୁହିଁ

ଧରାରେ ଜନମ ନେଲି ।


ଯହିଁ ଜନମିଲି ଠିକଣା ମୋହର

ସେଇଠି ରହିଲା ଯାଇ ।

କ୍ରମେ ବଡ ହେଲି ଠିକଣା ମୋହର

ସେଇଠି ରହିଲା ନାହିଁ ।


ପାଠ ମୁଁ ପଢିଲି ସହରକୁ ଗଲି

ଠିକଣା ଗଲା ବଦଳି।

କିଛି ଦିନ ପରେ ଚାକିରୀ କରିଲି

ଆହୁରି ଗଲା ବଦଳି ।


ବଦଳି ହୋଇଲା ଗୋଟିଏ ଜାଗାରୁ

ନୂଆ ଠିକଣା ହୋଇଲା ।

ଚାକିରୀ ବଦଳି ଠିକଣା ମୋହର

କେତେ ଥର ବଦଳିଲା ।


ସରିଲା ଚାକିରୀ ଅବସର ନେଲି

ଠିକଣା ବଦଳି ଗଲା ।

କେତେ କେତେ ମୋର ଠିକଣା

ବଦଳି କିଛି ମନେ ନ ରହିଲା ।


ବୁଲି ଗଲି ଯେବେ ଏଣିକି ତେଣିକି

ବଦଳି ଗଲା ଠିକଣା ।

ଏତିକି ଠିକଣା ବଦଳିଲା ମୋର

ମିଳିନି ଶେଷ ଠିକଣା ।


ବୁଲି ବୁଲି ଶେଷେ ଜୀବନ ସରିଲା

ମିଳିଲା ଶେଷ ଠିକଣା ।

ସ୍ୱର୍ଗଦ୍ୱାର ହେଲା ଶେଷ ଠିକଣା ମୋ

ହେବି ନାହିଁ ଆଉ ବଣା ।



Rate this content
Log in

Similar oriya poem from Inspirational