Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smitarani Barik

Inspirational

3  

Smitarani Barik

Inspirational

ଗୁରୁ ଆତ୍ମା

ଗୁରୁ ଆତ୍ମା

1 min
196


ମାତା ଗୁରୁ ପିତା ଗୁରୁ ଗୁରୁ ଆତ୍ମା

ଭରିଅଛ ମନରେ କରୁଣା କ୍ଷମା

ଶିକ୍ଷାଦାତା ଦୀକ୍ଷାଦାତା ଗୁରୁଦେବ

ସଫଳତା ତୁମ ବିନା ଅସମ୍ଭବ  ।। 


ହୃଦୟରେ ଭରିଦିଅ ସୁଷମା

ମାତା ଗୁରୁ ପିତା ଗୁରୁ ଆତ୍ମା

ଭରିଅଛ ମନରେ କରୁଣା କ୍ଷମା  ।। 


ଜୀବନରେ ଆସ ଦେବଦୂତ ସାଜି

ଜ୍ଞାନର ଜଳରେ ଯାଏ ଦେହ ଭିଜି

ଅଜ୍ଞାନ ଅନ୍ଧକାରେ ଜ୍ଞାନର ଜ୍ୟୋତି

ତୁମ ଆଶୀର୍ବାଦ ମୋ ପାଇଁ ସମ୍ପତ୍ତି  ।। 


ହୃଦୟରେ ଭରିଦିଅ ସୁଷମା

ମାତା ଗୁରୁ ପିତା ଗୁରୁ ଆତ୍ମା

ଭରିଅଛ ମନରେ କରୁଣା କ୍ଷମା  ।। 


ଆହେ ଗୁରୁ ଦେବ ଦିବ୍ୟ ତୁମ ବାଣୀ

ତୁମ ଚରଣରେ ଅଛି ସଦା ଋଣୀ

ତୁମେ ଭଗବାନ ଦେଇ ଅଛ ଜ୍ଞାନ

ହୋଇଗଲା ଧନ୍ୟ ମୋର ଏ ଜୀବନ ।। 


ହୃଦୟରେ ଭରିଦିଅ ସୁଷମା

ମାତା ଗୁରୁ ପିତା ଗୁରୁ ଆତ୍ମା

ଭରିଅଛ ମନରେ କରୁଣା କ୍ଷମା  ।। 



Rate this content
Log in

Similar oriya poem from Inspirational