STORYMIRROR

Arjuni charan Behera

Inspirational Others

3  

Arjuni charan Behera

Inspirational Others

ଥକାମନ ଚାଲଯିବା

ଥକାମନ ଚାଲଯିବା

1 min
147


ଥକାମନ ଚାଲ ଭାଇ ଶ୍ରୀକ୍ଷେତ୍ର ଯିବା

କାଳିଆ ବଦନ ଚକା ନେତ୍ର ଦେଖିବା l


ନେତ୍ରମଣି ନେତ୍ରୋତ୍ସବ ଶ୍ରୀକ୍ଷେତ୍ରମଣି

ଆହା କି ସୁନ୍ଦର ତାର ବାଙ୍କ ଚାହାଣି l


ଚିକ୍କଣ କାଳିଆ କଳା ଶ୍ରୀଚକାଡୋଳା

ଜଗତ ମୋହୁଛି ରୂପେ ନନ୍ଦର ବଳା l


ଦର୍ଶନେ ମାତ୍ରେ ପବିତ୍ର ଏ ଚର୍ମନେତ୍ର

ବ୍ରହ୍ମାଣ୍ଡ ଠାକୁରେ ପ୍ରଭୁ ଶ୍ରୀ ଜଗନ୍ନାଥ l


ବାଟମଙ୍ଗଳାଙ୍କୁ ଯାଇ ପଥରେ ଭେଟିବା

ଜଗଜ୍ଜନନୀ ମାଆଙ୍କୁ ଦୁଃଖ ଜଣାଇବା l


ପହଞ୍ଚିବା ବଡ଼ଦାଣ୍ଡେ ରେଣୁପାଇ ତୁଣ୍ଡେ

ଶରଧାବାଲିରୁ ମୁଠେ ବୋଳିହେବା ମୁଣ୍ଡେ l


ନେତ ଉଡ଼େ ଫର ଫର ପତିତପାବନ

ଓଡ଼ିଆ ଜାତିର ଭାଇ ବିଜୟ କେତନ l


ଦର୍ଶନେ ଯାହାଙ୍କ ଖଣ୍ଡେ ଜନ୍ମଜନ୍ମ ପାପ

ପଳାଇ ଯାଏ ତତ୍କାଳ କାଳ କଳା ସର୍ପ l


ନରେନ୍ଦ୍ରେ କରିବା ସ୍ନାନ ସମୁଦ୍ରରେ ବୁଡ଼

ସିଂହଦ୍ୱାରେ ଲାଗିଅଛି ଭକ୍ତଗଣେ ଭିଡ଼ l


ଗୁମୁଟ ମଧ୍ୟରେ ନମଃ ପତିତପାବନ

କାଶୀବିଶ୍ୱନାଥ ଯାଇ କରିବା ଦର୍ଶନ l


ଉଭାହେବା ଯାଇ ପୁଣି ଗରୁଡ଼ ପଛରେ

କଳା ଶ୍ରୀମୁଖ ପ୍ରଭୁଙ୍କ ଜନମନ ହରେ l


ଗଣପତି, ସରସ୍ବତୀ ମାତା ସିନ୍ଧୁଜେମା

ବିମଳା ଦର୍ଶନ ପୁଣି ବେଢ଼ା ପରିକ୍ରମା l


ମୁକ୍ତି ମଣ୍ଡପରେ କରି ବିପ୍ରେ ନମସ୍କାର

ହାଜରହୋଇବା ଯାଇ ଆନନ୍ଦବଜାର l


କୈବଲ୍ୟ ଗ୍ରାସରେ ମନରଙ୍କା ଛଡ଼ାଇବା

ଜୟ ଜୟ ଜଗନ୍ନାଥେ ଘରେ ବାହୁଡ଼ିବା l

               


Rate this content
Log in

Similar oriya poem from Inspirational