ଜୟ ବିକ୍ରମ ବଜରଙ୍ଗୀ
ଜୟ ବିକ୍ରମ ବଜରଙ୍ଗୀ
ଜୟ ବିକ୍ରମ ବଜରଙ୍ଗୀ
============
ଜୟ ଜୟ ଜୟ
ବିକ୍ରମ ବଜରଙ୍ଗୀ ।
କୁମତି ନିବାରି
ସୁମତି କର ସଙ୍ଗୀ ।।
ତୁମ୍ଭେ ଜ୍ଞାନୀ ଗୁଣି
ସବୁରି ଜ୍ଞାତା ।
ବାୟୁ ତୁମ୍ଭ ପିତା
ଅଞ୍ଜନା ମାତା ।।
ହସ୍ତେ ବଜ୍ର ସମ
ଗଦା ବିରାଜେ ।
ସଦା ତୁମ୍ଭ ମତି
ରାମଙ୍କ କାର୍ଯ୍ୟେ ।।
ଶିରେ ତୁମ୍ଭ ଶୋହେ
ଚନ୍ଦନ ଚିତା ।
ଜୟ ଜୟ ଜୟ
ହନୁମନ୍ତ ବଳବନ୍ତା ।।
ତୁମ୍ଭ ନାମେ ସବୁ
କାର୍ଯ୍ୟ ହୋଇ ଶୁଭ ।
କଟଇ ବାଧା ବିଘ୍ନ
ଅକୁଶଳ ସର୍ବ ।।
ସୀତା ଠାବେ ଗଲ
ସାଗର ଲଙ୍ଘି ।
ଅତୁଳିତ ବଳ ତୁମ୍ଭ
ଆହେ ବଜରଙ୍ଗୀ ।।
ଭୀମ ରୂପ ଧରି
ଅସୁର ସଂହାରୀ ।
ନିମିଷେ ତୁମ୍ଭେ ଜାଳିଲ
ଲଙ୍କା ପୁରୀ ।।
ଜ୍ଞାନୀ ଗୁଣି ତୁମ୍ଭେ
ଅତିହିଁ ଚତୁର ।
ଚାରି ଯୁଗେ ତୁମ୍ଭେ
ପ୍ରଭୁ ଅମର ।।
କ୍ଷିପ୍ର ବେଗ ତୁମ୍ଭ
ପବନ ସମାନ ।
ଜୟ ଜୟ ପବନ
ପୁତ୍ର ହନୁମାନ ।।
ଅଦ୍ଭୁତ କର୍ମ
ତୁମ୍ଭର ମହାବୀର ।
ତୁମ୍ଭର ଭଜନେ
ମିଳନ୍ତି ରଘୁବୀର ।।
ମଙ୍ଗଳ ମୂରତି
ଆହେ ମାରୁତି ।
ଶୁଭ ପ୍ରଭାତେ କରେ
ମୁଁ ତବ ସ୍ତୁତି ।।
ରାମ ଦୂତ ପଦେ
ଶରଣ ମୋର ।
ଜୟ ହନୁମନ୍ତ ଜୟ
ଜୟ ମହାବୀର ।।
🙏🙏🙏
ଅର୍ଜୁନୀ
--------------
ଅର୍ଜୁନୀ ଚରଣ ବେହେରା
ମୋ -7693091971
