ଆସୁଅଛି ଅଶୋକାଷ୍ଟମୀ
ଆସୁଅଛି ଅଶୋକାଷ୍ଟମୀ
ଆସୁଅଛି ଅଶୋକାଷ୍ଟମୀ
=============
ଏକାମ୍ର ନଗରେ ଶୁଭିଲାଣି ଘୋଷ।
ଖବରେ କହନ୍ତି ପ୍ରଭୁ ଆଶୁତୋଷ।।
ପ୍ରଭୁ ଲିଙ୍ଗରାଜ ଲିଙ୍ଗ ମଧ୍ୟେ ରାଜା।
ଉତ୍କଳରେ ଉଡୁଅଛି, ତାଙ୍କ ଧ୍ଵଜା ।।
ଅଶୋକା ଅଷ୍ଟମୀ ତାଙ୍କ ରଥଯାତ।
ରୁକୁଣା ନାମରେ ଭୁବନେ ବିଦିତ।।
ଭୁବନେଶ୍ଵରରେ ବାସ, ତାହାଙ୍କର।
ପାର୍ବତୀ ନାୟକ ସ୍ଵୟଂଭୂ ଶଙ୍କର।।
ବିନ୍ଦୁ, ବିନ୍ଦୁ ତୀର୍ଥ ଜଳ, ପ୍ରଭୁ ଆଣି।
ବିନ୍ଦୁସର କଲେ ଶୂଳେ ଶୂଳପାଣି।।
ରଥ ଦାଣ୍ଡେ ରଥ ଯିବ, ଗଡି ଗଡ଼ି।
ଆସ ଆସ ଭକ୍ତେ ଟାଣିବ ଦଉଡ଼ି।।
ରୁକି ରୁକି ଯିବ ସେ ରୁକୁଣା ରଥ ।
ଡାହୁକଙ୍କ ମନ ମତାଣିଆ ଗୀତ ।।
ଅଣ ଲେଉଟାଟି ସେ ରଥ ରୁକୁଣା।
ଓଲଟେଇ ଦେବ କର୍ମ ବିଡ଼ମ୍ୱନା।।
ମନେ ଧରି ଭକ୍ତ ଏ କଥାକୁ ହେଜ।
ବାର୍ତ୍ତା ଦେଇଛନ୍ତି ପ୍ରଭୁ ଲିଙ୍ଗରାଜ।।
ଚାଲ ସବୁ ଭାଇ ସେ ରଥ ଟାଣିବା।
ମନରଙ୍କା, ମନ ଶଙ୍କା ଛଡ଼ାଇବା।।
ପାଶେ ରହୁଛନ୍ତି, ଆମ ଯଦୁ ଭାଇ।
ଖୁଆଇବେ ଲିଙ୍ଗରାଜ କୋରାଖଇ।।
ଧନ୍ୟ ଧନ୍ୟ ଆହେ ଲଲାଟ ନୃପତି।
ଉତ୍କଳେ ରଖିଲେ ଅକ୍ଷୟ କିରତୀ।।
ଯୋଗ୍ୟତମପୁତ୍ର କେଶରୀ ବଂଶର।
ମନ୍ଦିର ମାଳିନୀ ବୋଲାଏ ଏକାମ୍ର।।
ସୂଚୀ ମୁନେ ଅଙ୍କା ତୁମ୍ଭ କିର୍ତ୍ତୀ ଯଥା।
ଉତ୍କଳ ଶିଳ୍ପୀର ଗାଏ କିର୍ତ୍ତୀ ବାର୍ତ୍ତା।।
ଉତ୍ତୁଙ୍ଗ ଦେଉଳେ ବିଜେ କୃତ୍ତିବାସ।
ନମାମି, ନମାମି, ପ୍ରଭୁ ଆଶୁତୋଷ।।
🙏🙏🙏
ଅର୍ଜୁନୀ
-----------
ଅର୍ଜୁନୀ ଚରଣ ବେହେରା
ମୋ -7693091971
