STORYMIRROR

Jyotiranjan Sahu

Inspirational Others

3  

Jyotiranjan Sahu

Inspirational Others

ବନ୍ଧୁ ମିଳନ

ବନ୍ଧୁ ମିଳନ

1 min
657


ଅନେକ ଦିନ ପରେ କୃଷ୍ଣ ସୁଦାମା ଆଜି ପରସ୍ପରର ସମ୍ମୁଖରେ ...

କୃଷ୍ଣ କୃଷ୍ଣ ବୋଲି ଜୀବନ ବିତୁଛି

କୃଷ୍ଣ ନାମେ ମୋର ଜୀବନ ବନ୍ଧା

ସଖା ସୁଦାମାର ପ୍ରଣାମ ଘେନ ହେ

ବନ୍ଧୁ ଥିଲ ଦିନେ ଆଜି ଯେ ରଜା ॥

ସୁଦାମା ପ୍ରଣାମ ଗ୍ରହଣ ନକରି

ପ୍ରଭୂ ନିଜେ ଲୁହେ ହୁଅନ୍ତି ଓଦା

ବନ୍ଧୁ ବୋଲି କହି ପ୍ରଣାମ କରି ହେ

ବନ୍ଧୁତ୍ବ କୁ କିଆଁ କରୁଛ ନିନ୍ଦା ॥

ଯୁଗେ ଯୁଗେ ବନ୍ଧୁ ବନ୍ଧୁ ଯେ ବୋଲାଏ

ହେଉ ପଛେ ରଙ୍କ ହେଉ କେ ରଜା

ମୋ ପାଇଁ ଯେତିକି ପାଇଛ କଷ୍ଟ ହେ

ଦିଅ ସୁଯୋଗ ମୁଁ କରିବି ସେବା ॥

ନିସ୍ପ୍ରଭ ମୁଖ କୁ ପାଦ ରୁ ରକତ

ହାତେ ବାଡି ଖଣ୍ଡେ ମଇଳା ଲୁଗା

ଦୀନହୀନ ରୂପ ଦେଖି ସୁଦାମାର

ଲୁହ ଝରେ ନାହିଁ ରକତ ଅବା ॥

ନଇଁ ପଡି ପ୍ରଭୂ କାଢି ଯେ ଦିଅନ୍ତି

ପାଦ ରୁ କଣ୍ଟକ ଲୋତକେ ଓଦା

କରିଦେଇ ପ୍ରଭୁ ପାଦ ସୁଦାମାର

କୁଣ୍ଢେଇ ଧରିଲେ ବନ୍ଧୁଙ୍କୁ ସିଧା ॥

ବନ୍ଧୁ ବନ୍ଧୁର ସେ ଅପୂର୍ବ ମିଳନ

ଯୁଗକୁ ଯୁଗ ଯେ ରହଇ କଥା

ଜଣେ ଭକ୍ତ ଆଉ ଜଣେ ଭଗବାନ

ଗୋଟିଏ ଆତ୍ମା ଯେ ଦେହ ଦୁଇଟା ॥

ଭୁଲିଗଲେ ପ୍ରଭୂ ରାଜା ପ୍ରଜା ଭେଦ

ବସାଇଲେ ନେଇ ରତ୍ନ ପଲଙ୍କେ

ଶୁଣି ଦେଇ ସବୁ ଦାସ ଦାସୀ ପୁଣି

ସେବାରେ ଲାଗିଲେ ଆସି ତୁରନ୍ତେ ॥

ବାଙ୍କ ଚାହାଣୀରେ ଦେଖିନେଲେ ପ୍ରଭୂ

ବନ୍ଧୁଭେଟି କିଛି ଅଛି ଅଣ୍ଟାରେ

ଛଡାଇ ସେସବୁ ଆନନ୍ଦେ ଭୁଞିଲେ

ତୃପ୍ତ ଆତ୍ମା ଆଉ ହର୍ଷ ମୁଖରେ ॥

ଏତାଦୃଶ ଦେଖି ପ୍ରଭୂଙ୍କ ପିରତି

ଭୁଲିଲା ସୁଦାମା ଅଭାବ କଷ୍ଟ

ପ୍ରତିଟି ମୁଠାରେ ଓଜାଡନ୍ତି ପ୍ରଭୂ

ଧନ ସମ୍ପଦ ଐଶ୍ୱର୍ଯ୍ୟ ବହୁତ ॥

ତୃତୀୟ ମୁଠାରେ ଧରିନେଲେ ହାତ

ବ୍ୟସ୍ତ ହୋଇ ସତ୍ୟଭାମା କହିଲେ

ରହିଯାଅ ସ୍ବାମୀ ଘେନ ମୋ ମିନତୀ

ବନ୍ଧୁ ପାଇଁ ମୋତେ ନକର ଦୂରେ ॥

ଯୁଗେ ଯୁଗେ ରହୁ ଏ ବନ୍ଧୁ ପଣିଆ

କୃଷ୍ଣ ସୁଦାମାର ଏ ଉପାଖ୍ୟାନ

ବନ୍ଧୁ ପାଇଁ ନିଜ ପତ୍ନୀ ବି ଅଲୋଡା

ସେଥିପାଇଁ ପ୍ରଭୂ ତୁମ୍ଭେ ମହାନ ॥

ଜ୍ୟୋତିରଞନ ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational