Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotiranjan Sahu

Tragedy Romance

3  

Jyotiranjan Sahu

Tragedy Romance

ଅପେକ୍ଷା

ଅପେକ୍ଷା

1 min
318



କାହିଁକି ଝରାଅ ଅଶ୍ରୁ ବିରହରେ

ଜାଣିନାହଁ କି ମୁଁ ପାରିବି ନାହିଁ

ସହି ସେ ଲୋତକ ଦୁଇ ନୟନରୁ

ଜୁଇ ନିଆଁ ରୁ ମୁଁ ରହିଛି ଚାହିଁ ॥


ସହି ପାରୁନାହିଁ ଦେଖି ତୁମର ସେ

ଶୁଭ୍ର ବସ୍ତ୍ରାବୃତା କ୍ଷୀଣ ଶରୀର

କେଉଁ ଭରସାରେ ଦେଇଥିଲି କଥା

ସାଥୀ ହେବି ତୁମ ସାତ ଜନ୍ମର ॥


ଗୋଟିଏ ଜନ୍ମକୁ ରଖିପାରିଲିନି

କଥା ଛାଡିଦେଲି ହାତ ତୁମର

ଏକା କରିଗଲି ଦୁନିଆଁ ଭିଡରେ

ଆଧା ରହିଗଲା ପ୍ରେମ ଆମର ॥


ନୁହେଁ ପ୍ରେମ ମାନେ ଦୁଇଟି ଶରୀର

ମିଳନ ଏହାଯେ ଆତ୍ମା ଦୁଇଟି

ଏକାକାର ହୁଏ ଯେବେ ତେବେ ଜାଣ

ପ୍ରେମରେ ଯିବ ଏ ଜୀବନ ବିତି ॥


ହୋଇପାରେ ଅଧା ଏ ପ୍ରେମ ଆମର

ଅଧୁରା ପ୍ରଣୟ ମିଳନ ଆମ

କରିଥିବି ସାଥୀ ମୁଁ ତୁମର ସେଠି

ଜୀବନ ସେପାଖେ ପ୍ରତୀକ୍ଷା ତୁମ ॥


ଅପେକ୍ଷାରେ ଥିବି ଅଫେରା ବାଟର

ପ୍ରାନ୍ତ ଦେଶେ ତୁମ ମୋର ଗୋ ପ୍ରିୟେ

ହେଉ ବିଳମ୍ବିତ ବିତିଯାଉ ବର୍ଷ

ଅବା ଅନ୍ତହୀନ ସମୟ ଯାଏ ॥



Rate this content
Log in

Similar oriya poem from Tragedy