Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotiranjan Sahu

Tragedy

3  

Jyotiranjan Sahu

Tragedy

ସବୁତ କହ୍ନେଇ ପାଇଁ

ସବୁତ କହ୍ନେଇ ପାଇଁ

1 min
274



ରାଧା ରାଧା ବୋଲି କେତେ ମୁଁ ଖୋଜିଲି 

ରାଧାକୁ ପାଇଲି ନାହିଁ

କୁଞବନେ ଖାଲି କୃଷ୍ଣ ମାଳମାଳ

ରାଧାରାଣୀ ଦେଖାନାହିଁ ॥


ରାଧା ବିନା କାହ୍ନା ଲାଗେ ଅଧା ଅଧା

ସତେ ପ୍ରେମ ରସହୀନ

ରାଧା ର ବିହୁନେ ଆକୁଳ ବ୍ୟାକୁଳ

ଅଧା ପ୍ରେମ ନିବେଦନ ॥


ରାଧା ଖୋଜିବାକୁ ଯେବେ କୃଷ୍ଣ ଧାଏଁ

ଯାଏ ତ୍ରିଭୁବନ ଖୋଜି

ଅଭିମାନି ରାଧା ମାନ କରି ଲୁଚେ

ନପାଏରେ କାହ୍ନୁ ଆଜି ॥


ରାଧା ସାଜେ ଆଜି ମିଛ ମରୀଚିକା

କଳିଯୁଗେ କୃଷ୍ଣ ପାଇଁ

ଦ୍ବାପର ରେ କାହ୍ନୁ ଠକିଥିଲା ବୋଲି

ଠିକଣା ତା କହୁ ନାହିଁ ॥


କେମିତି ମିଳିବ କହ୍ନେଇକୁ ରାଧା

ଅଲୋଡା ସେ କଳି ଯୁଗେ

ଦୁନିଆଁ ଆଲୋକ ଦେଖିବା ଆଗରୁ

ମାତୃଗର୍ଭୁ ସିଏ ହଜେ ॥


ଥିଲା ବୋଲି ବୋଧେ ଲିଙ୍ଗ ଭେଦ

ରାଧା ଅବଳା ଦୁର୍ବଳା ଥିଲା

ସେଥିପାଇଁ କାହ୍ନୁ ଛାଡିଦେବା ପରେ

ନିରବେ ରାଧା କାନ୍ଦିଲା ॥


କଳିଯୁଗେ କାହ୍ନୁ ତେଣୁ ପାରୁନାହିଁ

ଚିହ୍ନି ରାଧା ରୁପ ରଙ୍ଗ

ରାଧା ଆଜି ଭ୍ରମେ କୃଷ୍ଣ ବେଶ ନେଇ

ହଜାଇଣ ଭେଦ ଲିଙ୍ଗ ॥


ଯେଉଁ ରାଧା ଦିନେ ଲୋକଲଜ୍ଜା ପାଇଁ

କାହ୍ନୁକୁ ପାଇଲା ନାହିଁ

ସେହି ରାଧା ଆଜି ଲୋକଲଜ୍ଜା ଭୁଲି

ବୁଲୁଅଛି ପ୍ରେମ ପାଇଁ ॥


ଶାନ୍ତ ସରଳା ଲଜ୍ଜା ଆଭୂଷଣ

ଦୂରେ ଫିଙ୍ଗିଦେଇ ରାଧା

ନୂବ ରୂପରଙ୍ଗେ ସଜାଇ ନିଜକୁ

ଭୁଲିଅଛି ପ୍ରେମ ସଂଜ୍ଞା ॥


ସେଥିପାଇଁ ଆଉ ରାଧାରାଣୀ ଆଜି

ଖୋଜିଲେତ ମିଳୁନାହିଁ

ହଜିଛି ତା ରଙ୍ଗ ଭୁଲିଛି ସେ ଢଙ୍ଗ

ସବୁତ କହ୍ନେଇ ପାଇଁ ॥



Rate this content
Log in

Similar oriya poem from Tragedy