STORYMIRROR

Jyotiranjan Sahu

Abstract

3  

Jyotiranjan Sahu

Abstract

କବିତା

କବିତା

1 min
542


ଘୃଣା ଲାଗେ ଆଜି ନିଜକୁ 

ଜଣେ କବିର ପରିଚୟ ଦେବାକୁ

କାହିଁକି କେମିତି ଆଉ କିପରି

ମୁଁ ଜଣେ କବି ସମ ସରି  

ତେଣୁ ଇଚ୍ଛାହୁଏ ବାରମ୍ବାର

ନିଜକୁ ଅଜ୍ଞାତ ରଖିବାକୁ


ମୁଁ ତ ସୃଷ୍ଟି କରିନି କିଛି ନୂତନତା

ମୁଁ ବ୍ୟାଖ୍ୟା କରିଛି ଖାଲି ବାସ୍ତବତା

ପ୍ରତିବଦଳରେ ଲୋଡି ନାହିଁ ମିଥ୍ୟା ସମ୍ମାନ

ପ୍ରାପ୍ତି ନଥାଇ ବି ସ‍ାହିତ୍ୟକୁ କରିନି ଅଭିମାନ 

ତଥାପି ମନରେ ଅନେକ ଥର ଖେଳିଯାଏ

କାହିଁକି ସେହି ନିରବତା ନିଶବ୍ଦତା ବିବଶତା


ମୁଁ କେବେ ନିଜକୁ କେବେ ଭାବିନାହିଁ କବି

କାହିଁକି ନା ମୋ ନିଜ ମନେ ଘୃଣିତ ନିଜ ମୋର ଛବି

ମୁଁ ଜାଣେ ମୁଁ ଜଣେ ତଷ୍କର ସମ

ଯିଏ ଚୋରି କରିପାରେ ଅଜାଣତେ ଆମ

କେବେ ଭାବନା କେବେ ସ୍ବପ୍ନ କେବେ ପୁଣି ବାସ୍ତବତା

ଚୋରି କରି କବି ବୋଲାଇବା ମୋର ନିଜ ମୂର୍ଖତା


ହଁ ମୁଁ ଚୋରିକରେ ଚୋରିକରେ ମୁଁ ଆଜି

ଝରଣାରୁ ମୂର୍ଚ୍ଛନା ଭସା ବାଦଲରୁ କଳ୍ପନା ଆଉ ଜହ୍ନରୁ ଜୋଛନା

କୋଇଲିର ବନ୍ଦନା ହରିଣୀର ନୟନା ପୁଷ୍ପର ବାସନା

ନିରବ ରେ ଚୋରି କରି ଗଢେ ନିଜ ଅଭିଳାଷା

ତେଣୁ କବି ବୋଲି ବୋଲାଇବା ତିଳେ ନାହିଁ ମୋର ଇଚ୍ଛା 

ସେଥିପାଇଁ ନିଜେ ନିଜେ ମୁଁ ଅଜ୍ଞାତ ନିର୍ବାସିତ ଅନାଲୋଚିତ


ନା ମୁଁ ସୃଷ୍ଟି ନା ମୁଁ ଜଣେ ସୃଜକ

ତେଣୁ ସ୍ରଷ୍ଟା ର ମର୍ଯ୍ୟାଦା ପାଇଁ ନୁହେଁ ବ୍ୟାକୁଳ ମୁଁ ଅହେତୁକ

ତଥାପି ଭାବନା ମୁଁ ନିଷ୍କ୍ରିୟ ନିରର୍ଥକ ଅପାରଗ

ମୋ ନିରବତା ରହିଛି ବିବଶତା ମୋ କବିତରେ ସତ୍ୟତା

ମୋ ପ୍ରଶଂସାରେ ପ୍ରତିବାଦ ଆଉ ଆବେଗରେ ଭାବପ୍ରବଣତା

ତେଣୁ ସ୍ବର ଛନ୍ଦ ଲୟ ବିହୀନ ହୋଇ ସୃଷ୍ଟି କରିଯାଏ ମୁଁ କବିତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract