ପ୍ରକୃୃତି ର ଡାକ
ପ୍ରକୃୃତି ର ଡାକ
॥ ପ୍ରକୃତି ର ଡାକ ॥
ସେହି ବହିଯାଉଥିବା ତଟିନୀର କୁଳୁକୁଳୁ ଶବ୍ଦ
ସେହି ବିହଂଗକଂର କିଚିରି ମିଚିରି ସ୍ବର
ସେହି ରଂଗବେରଂଗ ର ଫଳ ସବୁ
ଆଉ ସେହି ଫୁଲ ଭିତରୁ ଭାସିଆସୁଥିବା ବାସ୍ନା ମଧୁର ॥
କେବେ ଟିକିଏ ରହିଯାଇ ଭାବିଛ ନା'
କେବେ ଦେଖିଛ ଟିକିଏ ବୁଲିପଡି
କେବେ କାନ ଡେରି ଶୁଣିବାକୁ ଚେଷ୍ଟା କରିଛ ନା'
ଚେଷ୍ଟା କରିଛ ଜାଣିବାକୁ କେବେ ସ୍ପର୍ଶକରି ॥
କଣ କହୁଛି ଏ ତଟିନୀ ତା' କୁଳୁକୁଳୁ ଶବ୍ଦରେ
କେଉଁ ରାଗରେ ଧ୍ବନିତ ଏ ବିହଂଗ ସବୁ
କାହିଁକି କାନରେ ତ୍ରାହି ତ୍ରାହି ବୋଲି ପ୍ରତିଧ୍ବନିତ ହୁଏ
ପଥ ପାର୍ଶ୍ବ ବିଶାଳ ଦ୍ରୁମକଂର ସ୍ବର ସବୁ ॥
ହେଲେ ଆଜି ଯେବେ ମୁଁ ଶୁଣିବାକୁ ଚେଷ୍ଟାକରେ
ଚେଷ୍ଟାକରେ ବୁଝିବାକୁ ପ୍ରକୃତିର ଭାଷା
ସେତେବେଳେ ମୁଁ ଶୁଣିବାକୁ ପାଏ
ପ୍ରକୃତିର କ୍ରନ୍ଦନ ଆଉ ଚତୁର୍ଦିଗେ ହତାଶା ॥
ତଟିନୀ ଅମୃତରେ ଭରା ଆଜି ହଳାହଳ ବିଷ
କୃତ୍ରିମ ରଂଗରେ ସର୍ବ ପୁଷ୍ପ ରଂଗାୟିତ
ଶସ୍ୟ ପ୍ରଦୂଷିତ ଆଜି ଦୂଷିତ ସମୀର
ପ୍ରକୃତି ଦୂଷିତ ଆଜି ସ୍ଥିତି ଅଣାୟତ୍ତ ॥
କେତେଦିନ ହେଉଥିବ ଶୁଣି ପୁଣି ମଣିଷ ଅଶୁଣା
ପ୍ରସ୍ତୁତ କି ଭୋଗିବାକୁ ସିଏ ପ୍ରକୃତି ର ରୋଷ
ବେଶି ଦିନ ଆଉ ନଝରାଇବ ଲୁହ ଏ ପ୍ରକୃତି
ଲୁହ ପୋଛି ଧ୍ବଂସ ରଚି ନିଜେ ସେ ହୋଇବ ନିଃଶେଷ ॥