Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotiranjan Sahu

Others

3  

Jyotiranjan Sahu

Others

ତୁହି ପରା କୃଷ୍ଣ ସେହି

ତୁହି ପରା କୃଷ୍ଣ ସେହି

1 min
274



ତୁହି ପରା କୃଷ୍ଣ ସେହି

ଯିଏ ମହାଭାତରେ ପଣ କରିଥିଲା

ଅସ୍ତ୍ର ମୁଁ ଧରିବି ନାହିଁ ॥


ତୁ ପରା ପୁଅଟେ ସେହି

ଯିଏ ମାତା ଯୋଶଦାର ପୁତ୍ର ରୂପେ ରହି

ମା' କୁ ଚିହ୍ନିଲା ନାହିଁ ॥


ତୁହି ଗୋପାଳ ଗଉଡ ସେହି

ଯିଏ ଗାଈଗୋଠ ଛାଡି ଦ୍ବାରିକାପୁରୀରେ

ନରେଶ ହୋଇଲା ଯାଇ ॥


ତୁପରା ପ୍ରେମିକ ସେହି

ଯିଏ ରାଧା ସଂଗେ ରାସଲୀଳା ରଚି

ରାଧା କୁ ଚାହିଁଲା ନାହିଁ ॥


ତୁହି ପରା ସଖା ସେହି

ଯିଏ ସଖା ପାଇଁ କପଟି ସାଜିଣ

କାହାକୁ ଛାଡିଲା ନାହିଁ ॥


ତୁପରା ମାୟାବୀ ସେହି

ଯାର ମାୟାବଳେ ତୋ ବିଶ୍ବରୂପକୁ

ଦେଖିନପାରିଲେ କେହି ॥


ତୁହି ପରା କୃଷ୍ଣ ସେହି

ଯିଏ କଳି କାଳେ କାଳିଆ ରୂପରେ

ବସିଛି ଶ୍ରୀକ୍ଷେତ୍ରେ ଯାଇ ॥



Rate this content
Log in