STORYMIRROR

Jyotiranjan Sahu

Abstract

2  

Jyotiranjan Sahu

Abstract

ଏକା ଏକା ଲାଗେ ଆଜି

ଏକା ଏକା ଲାଗେ ଆଜି

1 min
241

ଏକା ଏକା ଲାଗେ ଆଜି

ତୁମବିନା ସାଥି

କେମିତି କହିବି ତୁମ ବିନା ମୁଁ ଯେ

ଏକା କାଟିଦିଏ ରାତି

 

ଇଚ୍ଛା ହୁଏ ଥରେଥରେ

ଯାଆନ୍ତି ମୁଁ ଉଡି

ତେର ନଈ ସାତ ଦରିଆକୁ ଡେଇଁ

କାଟି ପାଦର ବେଡି


ମନେମନେ ଛବି ଆଂକେ

ତୁମ ମୁହଁ ଭାବି

କେତେ ହୁଏ କଥା ସେ ଛବି ଆଗରେ

ପାଲଟି ଯାଇ ମୁଁ କବି


ଧିରେଧିରେ ଆଖି ଦୁଇ

ହୋଇଯାଏ ଓଦା

ତୁମ ସ୍ମୃତି ନା ସେ ମୋ ଭଲ ପାଇବା

ଯାହାର ପାଏ ମୁଁ ସଜା


ନିତି ନିତି ଆସ ତୁମେ

ସାଜି ମୋ ନାୟିକା

ସପନେ ଆସୁଛ ପୁଣି ଠକି ଦେଇ

ଚାଲିଯାଅ କରି ଏକା


ଏକା ଏକା ଲାଗେ ଆଜି

ଦୁନିଆଁ ଭିଡରେ

ସବୁ ଥାଇପାଖେ ଦୂରେ କାହିଁ ଲାଗେ

ମନ ଖୋଜେ ଓ ସାଥିରେ


ଏକା ଏକା ଲାଗେ ଆଜି... ... ...ଏକା କାଟିଦିଏ ରାତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract