ମା
ମା
କିଏ ସେହୁ ହେବ ମା ପରି ଭାବେ
ଗର୍ଭରେ ଥାଏ ସନ୍ତାନ ତା ଯେବେ
ବୁଝେ କିଏ ବା ଦୁଃଖ କଷ୍ଟ ତେବେ
ନ କରେ ପ୍ରକଟ ମା ମୋ କେବେ ସେ
ମମତା ଭରା ତା ହୃଦ ଯେ
ୠଣ ତାର କେବେ କି ସୁଝି ପାରିବ
କରିବା ସେବା ତାଙ୍କରି ଯେ ।
ମା ହାସମୟି ଚାରୁ ଭାଷମୟୀ
ଜନ୍ମଦାତ୍ରୀ ପରା କରୁଣାମୟୀ
ପୁଣି ଯେ ଅଟେ ମା ମମତାମୟୀ
ଅବଦାନ ଅବା କିଏ ଭୁଲିବି ସେ
ଆଦର କରିବି ସଦା ଯେ
ପଥେଆସୁଯେତେ ବିଘ୍ନବାଧା ଏଠି
ଖୁସିରେ ରଖିବି ତାଙ୍କୁ ଯେ ।
ଭୁଇଁ ଛୁଇଁଲି ଦୁନିଆ ଦେଖିଲି
ଚାଲି ଶିଖାଇଲା ଚାଲି ଶିଖିଲି
କହି ଶିଖାଇଲା କହି ଶିଖିଲି
ସତ୍ୟ ଅହିଂସାର ପାଠ କୁ ଦେଲା ସେ
ଧର୍ମ କର୍ମ ଜ୍ଞାନ ମନ୍ତ୍ର ଯେ
ପୁଣି ଶିଖାଇଲା ମନୁଷ୍ୟ କର୍ତ୍ତବ୍ୟ
ମା ଯୋଗୁଁ ଟି ଏ ଜୀବନ ଯେ ।
ମା ଭାଷା ପରା ମୋର ମାତୃଭାଷା
ଭାଷା ସୁରକ୍ଷାରେ ରଖିବି ଆଶା
ଥିବା ଯାଏ ପ୍ରାଣ ଥିବ ଭରସା
ଓଡ଼ିଆ ର ଶିକ୍ଷା ବିଚ୍ଛିନ ଭୂମି ସେ
ବୁଝିବେ ଓଡ଼ିଆ ଜନ ଯେ
ନୂଆ ଏ ଭାରତେ ଅମୃତ କାଳରେ
ସମ୍ଭବ ଟି ହେବ ଏହୁ ଯେ ।
ନିଦ୍ରା ପରିହରି ଉଠ ହେ ଭାଇ
ମା ଓ ମାତୃଭାଷା ସୁରକ୍ଷା ଗାଇ
ମନୁଷ୍ୟ କର୍ତ୍ତବ୍ୟ ଅଟେରେ ଏହି
ରାଷ୍ଟ୍ର ଭକ୍ତି ପ୍ରୀତି କର୍ତ୍ତବ୍ୟ ପରା ସେ
ତାହାରି ପାଇଁ ଏ ଜୀବନ ଯେ
ଜାଗ୍ରତ ରହିବା ଜୀବନ ଯାତ୍ରାରେ
ଗଣ୍ଠି ବାନ୍ଧି ଥିବା କର୍ମେ ଯେ ।