Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Abstract

4  

Niranjan Mishra

Abstract

ଦେବଦାସୀ ହେବି କଳାଠାକୁର

ଦେବଦାସୀ ହେବି କଳାଠାକୁର

1 min
371



କଳାଠାକୁର ମୋ କଳାଠାକୁର

ମୋ ଜୀବନ ଧନ ତୁମେ ମୋହର ॥୧॥

ଏ ପରାଣ ଦେଲି ତୁମକୁ ମୋର ।

ତୁମେ ମୋର ସ୍ବାମୀ ଜୀବନାଧାର ॥୨॥

ଘୁଙ୍ଗୁର ବାନ୍ଧିଲି ପାଦରେ ମୋର ।

ଦେବଦାସୀ ହେବି କଳାଠାକୁର ॥୩॥

ଘୁଙ୍ଗୁରର ତାଳେ ତାଳେ ନାଚିବି ।

କାଳିଆ ତୁମର ମନ ମୋହିବି. ॥୪॥

ଏ ଜୀବନ ଧନ୍ୟ ହେବ ମୋହର ।

ଦେଖୁଥିବି ସଦା ଶ୍ରୀରଙ୍ଗାଧର ॥୫॥

ବାଜା ପଖଉଜ ବାଜିବ ଯେବେ ।

ତୁମରି ଆଗରେ ଥିବି ମୁଁ ତେବେ ॥୬॥

ପାଦ ମୋ ପଡିବ ବାଜା ତାଳରେ ।

ଘୁଙ୍ଗୁର ଶବଦ ତୁମ କାନରେ ॥୭॥

ନାଚୁଥିବି ତୁମ ମୁହଁକୁ ଚାହିଁ ।

ତାଳ ଭଙ୍ଗ ହେବାକୁ ଦେବି ନାହିଁ ॥୮॥

ଚକାନୟନକୁ ଘାରିବ ନିଦ ।

ଗୀତ ଗୋବିନ୍ଦ ପଦାବଳୀ ଛନ୍ଦ ॥୯॥

ବାଜିଲେ କାନରେ ଲାଗିବ ନିଦ ।

ପଡିବ ପହଡ କଳାଗୋବିନ୍ଦ ॥୧୦॥

ଭାବ ବିନୋଦିଆ ଭାବରେ ରହି ।

ଦେବଦାସୀ ହେବି କଳାଗୋସେଇଁ ॥୧୧॥

ତୁମ ଇଚ୍ଛାରେ ମୋ ଇଚ୍ଛାଟି ରହୁ ।

ତୁମ ସେବାରେ ମୋ ଜୀବନ ଯାଉ ॥୧୨॥

ବିନତି ମୋ ଶୁଣ କଳାଠାକୁର ।

ଘୁଙ୍ଗୁର ବାନ୍ଧିଲି ପାଦରେ ମୋର ॥୧୩॥

ଦେବଦାସୀ ହେବି କଳାଠାକୁର ।

ଆନ ଅଭିଳାଷ ନାହିଁ ମୋହର ॥୧୪॥

ଜୀବ ଥିବା ଯାଏଁ ସମର୍ପି ହେଲି ।

ତୁମ ନାମରେ ଘୁଙ୍ଗୁର ବାନ୍ଧିଲି ॥୧୫॥

ଗତି ମୁକ୍ତିଦାତା ତୁମେ ମୋହର ।

ମୁହିଁ ହେବି ଦେବଦାସୀ ତୁମର ॥୧୬॥

ଏବେ ଦେବଦାସୀ ନାହାନ୍ତି କେହି ।

ଚକାନୟନକୁ ନିଦ ତ ନାହିଁ ॥୧୭॥

ମୁଁ ତୁମର ଦେବଦାସୀ ହୋଇବି ।

ନାଚି ନାଚି ତୁମକୁ ଶୁଆଇବି ॥୧୮॥

ଥକିଯାଉ ପଛେ ପାଦ ମୋହର ।

ନାଚି ନାଚି ଆହେ ସାରଙ୍ଗଧର ॥୧୯॥

ଶୟନେ ସପନେ ଜାଗ୍ରତେ ଧ୍ୟାନେ ।

ସଦା ରହିବି ତୁମ ସନ୍ନିଧାନେ ॥୨୦॥

ଦେବଦାସୀ ଭାବେ କର ସ୍ବୀକାର ।

ଏତିକି ବିନତି କଳାଠାକୁର ॥୨୧॥



Rate this content
Log in

Similar oriya poem from Abstract