Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4  

Ajit Kumar Raut

Abstract

କରେ ବିଚ୍ଛିନ୍ନ ଭୂମି କାମନା

କରେ ବିଚ୍ଛିନ୍ନ ଭୂମି କାମନା

1 min
284


ଅତି ହିଁ ଗର୍ବିତ ଓଡ଼ିଆ                          

             ବୈଜ୍ଞାନିକ କାର୍ଯ୍ୟରେ 

ଚନ୍ଦ୍ର ଗ୍ରହରେ ଚନ୍ଦ୍ରଯାନ 

             ଚନ୍ଦ୍ର ମାମୁଁ ଭୂମିରେ ।


ଯାଇ ନାହିଁ କେହୁ ଯହିଁରେ

            ଅଲ୍ହିବ ରେ ସେଠାରେ 

କାମନା କରୁଛି ଓଡ଼ିଆ

             ସଫଳତା ପାଇଁରେ ।


ନଜର ଦେବେଟି କାଳିଆ

              ଇତିହାସ ଲେଖିବ 

ବିଚ୍ଛିନ  ଭୂମିର କାମନା

             ପୂର୍ଣ୍ଣ ଅବଶ୍ୟ ହେବ ।


କରେ ଚିତ୍ରେଶ୍ବର ପୂଜନ

             ସିଂହଭୂମି ଆମର

ମା ପାଉଡୀଙ୍କର ଜଣାଣ

            ଟି ଷଢେ଼ଇକଳାର ।


ହୋଇବ ସଫଳ ଅବଶ୍ୟ 

            ଦାରୁବ୍ରହ୍ମ କୃପାରେ

ଶକ୍ତି ଭରି ଦେବେ ମା ଦୁର୍ଗା

           ଜୟୀ ଚନ୍ଦ୍ର ଲୋକରେ ।


ପୂଜାର୍ଚ୍ଚନା ଦେବାଳୟରେ

           ବୈଜ୍ଞାନିକ କାର୍ଯ୍ୟ ପାଇଁ

ତାଙ୍କରି ପ୍ରୟୋଗ ସଫଳ

           କରିବେ ଟି ଗୋସେଇଁ ।


ଶହ ଚାଳିଶି ଏ ଇଚ୍ଛାରେ

           ପୂର୍ଣ୍ଣ ହେବ ନିଶ୍ଚେ ରେ              

ଚେଷ୍ଟା ଏ ବୈଜ୍ଞାନିକଙ୍କର

             ଗୁଞ୍ଜିବ ଟି ବିଶ୍ବରେ ।


ଗର୍ବିତ ଅତି ହିଁ ଭାରତ

              ଗର୍ବିତ ଟି ଜନତା

ହୋଇବ ଅବଶ୍ୟ ସଫଳ 

             କରିବେ ସୃଷ୍ଟିକର୍ତ୍ତା ।


Rate this content
Log in

Similar oriya poem from Abstract