Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Abstract Inspirational

4  

DILIP KUMAR SAHOO

Abstract Inspirational

ହାତୀ ଦେଶର ସମ୍ପତି

ହାତୀ ଦେଶର ସମ୍ପତି

1 min
375


ଶିକାରୀ ବେପାରୀ ତସ୍କରଙ୍କ ପାଇଁ

ହାତୀ ବଂଶ ଦିଗହରା 

ସଙ୍କଟ ରେ ଗଜ ଉଦ୍ଧାରଣ ପାଇଁ

ଚିନ୍ତା ରେ ଜଗତ ସାରା ।


ବିଜୁଳି ଆଘାତେ ରେଳ ଚକତଳେ

ମରୁଛନ୍ତି ହାତୀ ପହ୍ଲ

ସମସ୍ତେ ସତର୍କ ହେଲେ ହାତୀ ମାନେ

ହେବେ ନାହିଁ କଲବଲ ।


ହାତୀ ଦାନ୍ତ ଚୋରୀ ରୋକିବା ପାଇଁକି

ଧ୍ଯାନ ଦେବା ଆସ ଭାଇ.

ଶିକାରୀଙ୍କୁ ଯଦି ଦେଖିବା ଜଙ୍ଗଲେ

ଦେବାରେ ତାଙ୍କୁ ଧରେଇ ।


ହାତୀ ହୋଇଯିବେ ଆଈ ମା କାହାଣୀ 

ସୁରକ୍ଷା ଯଦି ନଦେବା

ହାତୀ ବଂଶ ଲୋପ ପ୍ରକୃତି ର କୋପ

ଅସହ୍ୟ ହେବ ସହିବା ।


ହାତୀ ମାନେ ଆମ ଗର୍ବ ଗଉରବ

ରାଜା ଆମ ଗଜପତି

ଜଙ୍ଗଲ ବିଭାଗ କଥା ମାନୁଥିଲେ

ହାତୀଙ୍କୁ ନଥିବ ଭିତ୍ତି ।


ହାତୀ ମାନେ ପରା ସମ୍ପତ୍ତି ଆମର

ହାତୀ ଯୋଗୁ ହସେ ଧରା.

ଜଙ୍ଗଲ ବଢ଼ିଲେ ହାତୀ ବଂଶ ବଢେ

ଦୁନିଆ ହୁଅଇ ତୋରା.।


Rate this content
Log in

Similar oriya poem from Abstract