STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ଆମ ବୈତରଣୀ

ଆମ ବୈତରଣୀ

1 min
253


ଆମ ବୈତରଣୀ ବୋହି ଯାଉଥିଲା

କୁଳୁକୁଳୁ ରାବ ଦେଇ

ସର୍ପିଳ ଗତିଟି କେତେ ମନଲୋଭା

ଶୁଣିଲେ ଭାବିବ ଚାହିଁ।୧

ବରଷା ଦିନରେ ପଶ୍ଚିମ ଭାଗରେ

ପ୍ରବଳ ହିଁ ବର୍ଷିବାରୁ

ପୂରୁବ ଦିଗଟା ଜଳେ ଠିଆ ହେଲା

ବାହାରି ହେଉନି ଘରୁ।୨

ବନ୍ୟାର କରାଳେ ସବୁଜ କ୍ଷେତଟା

ମଉଳି ଯିବାରୁ ଆଜି

ଦହଗଙ୍ଗ ସବୁ ପ୍ରାଣୀ ଓ ଉଦ୍ଭିଦ

ପାଉନି କାହାକୁ ଖୋଜି।୩

ଠିକଣା ନ ପାଇ ଅନନ୍ତ ଲୁହରେ

ପୋଛିକି ପାରନ୍ତି କୁହ

ଜଳରେ ଭାସିକି କିଏ ମରିଯାଏ

ବୈତରଣୀ ଦେଲା କୋହ।୪

ଈଶ୍ବରଙ୍କ ଏହା ଖେଳା ଆଉ ଲୀଳା

ମାରିବ କାହାକୁ ସିଏ

ଅଥବା ବଞ୍ଚାଇ ପୃଥିବୀ ପୃଷ୍ଠରେ

ଭାରସ୍ୟାମ ରଖିଥାଏ।୫

ଜଗତ କଲ୍ୟାଣ କରିବା ପାଇକି

ଶୃଙ୍ଖଳିତ ଏହି ଧାରା

ଈଶ୍ବର ଭିଆଇ ଅଛନ୍ତି ମର୍ତ୍ତ୍ୟରେ 

ବର୍ଷା ଆଗମନେ ପରା।୬

ମରିବା ଅଥବା ଜନ୍ମିବା ସଂସାରେ

ଏହା ଭୂପୃଷ୍ଟର ନୀତି

ସନ୍ତୁଳନ ରକ୍ଷା ନ ହେଲେ ସଭିଏଁ

ସ୍ଵେଚ୍ଛାକୃତ ମନବୃତ୍ତି।୭

କାହାକୁ ମାରିବେ କାହାକୁ ତାରିବେ 

ଈଶ୍ୱର ନିର୍ଦ୍ଧେଶ ଏହି

ସୈତାନ ସ୍ୱରୂପ ବୈତରଣୀ ଆଜି

ଆସେ ଭୟଙ୍କର ହୋଇ।୮

ପ୍ରେମର ସଂସାରେ ଧର୍ମର ଡାକକୁ

ବୈତରଣୀ ଶୁଣେ ପରା

ବର୍ଷକରେ ଥରେ ନିଶ୍ଚେ ଆସିଥାଏ 

ବୁହାଇ ଅଥଳ ଧାରା।୯

ବାତ୍ୟା ଆଉ ବନ୍ୟା ସୃଜିବା କାରଣୁ

ମହୀର ମନ୍ଦିରେ ଆମେ

ସନ୍ତୁଳିତ ସବୁ ପ୍ରାଣୀ ଓ ଉଦ୍ଭିଦ

ଚାଳିଥାଉ ସଦା ଧର୍ମ।୧୦

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract