STORYMIRROR

SUKANTA KHANDA

Children

4  

SUKANTA KHANDA

Children

ଜନ୍ମାଷ୍ଟମୀ

ଜନ୍ମାଷ୍ଟମୀ

1 min
12


ତୁମେ କୃଷ୍ଣ ଯଶୋଦା ନନ୍ଦନ,

ମାତା ତୁମ ମହିୟସୀ ପ୍ରାଣ।


ଯଶୋଦା ନା ଦେବକୀ ତୋ' ମାତା, 

ତୁମ ପାଇଁ ହୋଇଲେ ଗର୍ବିତା?


ଆଜି ତୋର ଏ ଜନ୍ମ ଦିନରେ,

ପ୍ରତି ହିନ୍ଦୁ ପାଳେ ଆନନ୍ଦରେ।


ନାଚ ଗୀତ ମହୋତ୍ସବ ନେଇ,

ଏ ସଂସାର ହେଉଅଛି ବାଇ।


କୃଷ୍ଣ ତୁମେ ଅବତରୀ ଆସ,

ଏ ସଂସାର ଭ୍ରଷ୍ଟାଚାରେ ବଶ।


ନାଶ କର ଯେତେଛନ୍ତି ପାପୀ,

ରକ୍ଷା କର ସାଧୁ ସନ୍ଥ ତପି।


ଯଥାଶୀଘ୍ର ଆସିବାକୁ ତୁମେ,

ଅପେକ୍ଷାରେ ଏ ମର୍ତ୍ତ୍ୟରେ ଆମେ।


ଆସୁଛ ତ ଆସନ୍ତୁ ହେ କୃଷ୍ଣ,

ଧରିତ୍ରୀର ରୂପ ଦେଖ ବର୍ଣ୍ଣ।


ସଜେଇ କି ଅପେକ୍ଷା ସଭିଏଁ,

ପ୍ରାଣୀ ଠାରୁ ଉଦ୍ଭିଦ ବି ଚାହେଁ।


ଧନ୍ୟ ଆଜି ପବିତ୍ର କାଳରେ,

ଯୋଡ଼ିଅଛି ଦୁଇ କର ବାରେ।


  


Rate this content
Log in

Similar oriya poem from Children