Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4  

Ajit Kumar Raut

Abstract

ସର୍ବୋଚ୍ଚ ଗୌରବ ଦେଲେ ବୈଜ୍ଞାନିକ

ସର୍ବୋଚ୍ଚ ଗୌରବ ଦେଲେ ବୈଜ୍ଞାନିକ

1 min
318


ଅସମ୍ଭବ ସବୁ ସମ୍ଭବ କରୁଛି      

       ଜୟ ବିଜ୍ଞାନ

ଚନ୍ଦ୍ର ଲୋକେ ଆଜି ରାଷ୍ଟ୍ରର ତ୍ରିରଙ୍ଗା        

       ମନ ପ୍ରସନ୍ନ ।


ସମ୍ମାନ ଦିଅନ୍ତି ଦେଶେ ବୈଜ୍ଞାନିକ     

      ଜ୍ଞାନେ ଭୂଷଣ 

କୋରନର ଟିକା ତାଙ୍କ ଆବିଷ୍କାର            

      କଲେ ନିର୍ମାଣ ।


ନୂଆ ଭାରତର ନୂତନ ଉମଙ୍ଗ

     ଦେଖୁଛି ନେତ୍ର

ରାଷ୍ଟ୍ରର ନିର୍ମାଣେ ଯୁବା ଓ ଯୁବତୀ

     ସଦା ଜଡ଼ିତ ।


ଆତ୍ମନିର୍ଭର ଟି ହୁଅନ୍ତି ଜନତା

     ସେ କର୍ମରତ 

ତାଙ୍କଯୋଗୁଁ ଆଜି ତ୍ରିରଙ୍ଗା ଆମର

       ହୁଏ ଗର୍ବିତ ।


ଚନ୍ଦ୍ର ଲୋକେ ଉଡ଼େ ପତକା ଆମର 

     ଦେଖେ ଦୁନିଆ

ଉଚିତ ସମୟ ଆସିଅଛି ରାଷ୍ଟ୍ରେ

      ବିଶ୍ବ ଛାନିଆ ।


ରାମରାଜ୍ୟ ପରି ଶାସନରେ ଏଠି

      ପ୍ରୀତି ଗୁଞ୍ଜନ

ନାହଁ ଜାତିପାନ୍ତ ସମାନ ସାହାଯ୍ୟ 

     ଭାବ ମହାନ ।


ଅମୃତର କାଳ ଶୁଭାରମ୍ଭ ହେଲା

     ଚନ୍ଦ୍ରେ ତ୍ରିରଙ୍ଗା

ଉଚିତ ସମୟ ଭାରତବର୍ଷ

     ଯୁବା ପ୍ରତିଜ୍ଞା ।


ନିଶ୍ଚୟ କରିବ ବିଶ୍ବ ଗୁରୁ ଯୁବା 

     ନେତ୍ରେ ଦିଶୁଛି

ସତ୍ୟ ତ୍ୟାଗ ଭୂମି ଅଟେ ଆର୍ଯ୍ୟଭୂମି

     ବିଶ୍ବେ ଗୁଞ୍ଜୁଛି ।


Rate this content
Log in

Similar oriya poem from Abstract