STORYMIRROR

Tapan Kumar Swain

Abstract

3  

Tapan Kumar Swain

Abstract

ଅତିଥି

ଅତିଥି

1 min
316

ପାନ୍ଥଶାଳାର ଅତିଥି ମୁଁ ଆଜି

ଏହିମୋର ପରିଚୟ,

ପ୍ରତାରଣା ମୋର ଦେହର ଦରଜ

କ୍ଷତ ମୋର ପରାଜୟ ।(୦)


ଦେଖିଛି ଆଖିରେ ପାନ୍ଥଶାଳା ମୋର

ଭୋକିଲା ଆଖିର ଚିତ୍ର

ଶିକ୍ତ ନୟନେ ଶ୍ରାବଣର ଧାରା

ସାଜିଛି ମୋ ପାଇଁ ଶସ୍ତ୍ର ।

ରୁଗ୍ଣ ମୋହର ଅବୟବ ଦେଖି

ସଭିଙ୍କୁ ଲାଗଛି ଭୟ ।(୧)

ପନ୍ଥାଶାଳାର ଅତିଥି..............

ଜୀବନେ ଚାଲିଛି ଦୁର୍ଗମ ପଥେ

ହରାଇ ମୋ ଆଶା ବାଡ଼ି,

ଯେମିତି ଶ୍ରୀହୀନ ଗ୍ରୀଷ୍ମପ୍ରବାହରେ

କୃଷ୍ଣଚୁଡାର ଗଲେ ଝଡି ।

ଜୀବନ ଯୁଦ୍ଧରେ ଗ୍ଲାନିର ଗଣ୍ଠିଲି

କରିଅଛି ଧରାଶୟ ।(୨)

ପନ୍ଥାଶାଳାର ଅତିଥି...........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract