STORYMIRROR

Tapan Kumar Swain

Children

4  

Tapan Kumar Swain

Children

- ଶରତ ର ଶୋଭା -

- ଶରତ ର ଶୋଭା -

1 min
13

ଆହା କି ସୁନ୍ଦର ସୁନୀଳ ଆକାଶ

ଉଇଁ ଆସୁଅଛି ରବି,

ଦୂର ଦିଗ୍ବଳୟେ ଦିଶୁଅଛି ଆହା

ସବୁଜ ପାହାଡ଼ ଛବି ।

ଗଛମାନେ ସବୁ ପ୍ରଭାତ ବନ୍ଦନା

କରୁଛନ୍ତି ଧାଡ଼ି କରି,

ଦେଖ ନର ନାରୀ ପାହିଲାଣି ରାତି

ପୂରୁବ ଆକାଶ ଚିରି ।

କି ଶୋଭା ସତରେ ଶରତ ଆଙ୍କିଛି

ଧରା ଅଗଣାରେ ଛବି,

ସେ ଛବିକୁ ନିତି ଦେଖିବାକୁ ଉଏଁ

ପୂରୁବ ଆକାଶେ ରବି ।

ଗୁଣୁ ଗୁଣୁ ହୋଇ ଭଅଁର କେମିତି

ଗାଉଛି ଶରତ ଗୀତ,

ପବନ ଯେମିତି କାଶ ଫୁଲ ସହ

ବସିଛି ସତେକି ମୀତ।

ସଂଜ ନଇଁ ଗଲେ ଶରତ ଆକାଶେ

ଟଗର ଫୁଲିଆ ଜହ୍ନ,

ତୋଫା ଦିଶୁ ଅଛି ଜହ୍ନରେ ସତେକି

ଲାଗିଛି କା କଳା ଚିହ୍ନ।

ଧରା ଅଗଣାରେ ଶରତର ଶୋଭା

ଆହା କି ସୁନ୍ଦର ସତେ ,

ଦିନ ସରିଯାଏ ଆଙ୍କୁ ଥିଲେ ଛବି

ରଙ୍ଗ ତୂଳୀ ଧରି ଯେତେ ।

ତପନ କୁମାର ସ୍ବାଇଁ

ଅଇବିଲି, ତିର୍ତ୍ତୋଲ, ଜଗତସିଂହପୁର

ମୋ - ୯୦୪୦୦୩୩୩୯୦


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children