STORYMIRROR

Jagannath Barik

Abstract

3  

Jagannath Barik

Abstract

ଶୀତ ଆଗତ

ଶୀତ ଆଗତ

1 min
376

ହେମନ୍ତ ହେଲା ଗତ ଶୀତ ଆଗତ

ଉତ୍ତରୁ ହିମ ବାଆ ବହେ ନିରତ |


ଦିବସ କାଳ ହ୍ରାସ ରାତ୍ର ବର୍ଦ୍ଧିତ

କୁହୁଡ଼ି କାକରରେ ଧରା ମଣ୍ଡିତ |


ଆତପ ଅନଳରେ ସକଳେ ପ୍ରୀତ

ଛାଇକୁ ସଲିଳକୁ ହୋଇଲେ ଭୀତ |


ସାରସ ହଂସ ହ୍ରଦେ ହେଲେ ପୂରିତ

କୁମୁଦ କମଳରେ ସର ଶୋଭିତ |


ପାଚିଲା ଧାନ କ୍ଷେତ ସ୍ୱର୍ଣ୍ଣ ରଞ୍ଜିତ

ହୃଷ୍ଟେ କୃଷକ ମନ ଭାବବ୍ୟଞ୍ଜିତ |


ନାନାବିଧ ପରିବା ମିଳେ ପର୍ଯ୍ୟାପ୍ତ

ସୁଲଭ ଶସ୍ତା ଦରେ ହୁଅଇ ପ୍ରାପ୍ତ |


ଶୀତ ବସନେ ହାଟ ବାଟ ପୂରିତ

ପାଦରୁ ମସ୍ତକାନ୍ତ ସୁପରିହିତ |


ସ୍ୱଚ୍ଛଳ ଧନୀ ବ୍ୟକ୍ତି ବିଳାସ ରତ

ଗରିବ ଧନହୀନେ କି ହନ୍ତସନ୍ତ |


ଶୀତନିଦ୍ରାରେ ଭେକ ସର୍ପ ଆଶ୍ରିତ

ହାରି କୃଷକ ପାଶେ ଶୀତ ନମିତ |


ଆଖୁରୁ ଶାଳଘରେ ଗୁଡ଼ ପ୍ରସ୍ତୁତ

ଆବାଳବୃଦ୍ଧନାରୀ ମୁଖେ ଅମୃତ |


ଶୀତରେ ମହାଲକ୍ଷ୍ମୀ ବିଜୟ ମର୍ତ୍ତ୍ୟ

କୃଷକ ବଧୂ ମାଣବସାରେ ରତ |


ଶୀତ ଦୁଃଖଦ ନୁହେଁ ସୁଖ ଭଣ୍ଡାର

ଧାତାଙ୍କ ବରଦାନ ସୃଷ୍ଟି ବୃନ୍ଦାର |



Rate this content
Log in

Similar oriya poem from Abstract