STORYMIRROR

Manorama Mohanty

Abstract

3  

Manorama Mohanty

Abstract

ଏଇ ପରା ମୋ ଦେଶ

ଏଇ ପରା ମୋ ଦେଶ

1 min
440



  ପ୍ରାଣ ମିତଣୀ ଥରୁଟିଏ ତୁ 

   ବଡ଼ ଦେଉଳକୁ ବୁଲି ଦେଖ 

ଧନୀ ଗରିବ ଛୁଆଁ ଅଛୁଆଁ 

   ସଭିଙ୍କ ପାଇଁ ଉଡଇ ନେତ |


ମହୋଦଧିରେ ଲହଡି ଖେଳେ 

    ସବୁରି ପ୍ରାଣେ ପୁଲକ ଭରି 

କାହାକୁ କେବେ ଭାବେନି ପର 

   ସବୁ ତ ତା'ର ନିଜର ପରି |


ବାରବାଟୀର ବୀରର ମାଟି 

   କହେ ଓଡ଼ିଆ ପୁଅର କଥା 

ଦେଶ ପାଇଁ ଯେ ଜୀବନ ଦେଲେ 

  ଉଞ୍ଚା କରିଲେ ମାଆର ମଥା |


ଖୋରଧାଗଡ଼ ପାଇକ ପୁଅ 

   ବରୁଣେଇର

ପାହାଡ଼ ତଳେ 

ଗୋରାସାହେବ ତଡି ଦେବାକୁ

  ଅସ୍ତ୍ର ଶସ୍ତ୍ରରେ ସଜ୍ଜିତ ହେଲେ |


ଦରିଆ ବାଲି କୁହଇ ଆଜି 

   କରନି ଭୟ କରନି ଭୟ 

ସରବେ ଆସ କହିବା ମିଶି 

    ମାଆର ଜୟ ମାଆ ଜୟ |


ସ୍ୱାଧୀନତା ଆମ ନ୍ୟାର୍ଯ୍ୟ ପ୍ରାପ୍ୟ 

  କ୍ଷମତାଭୁକ୍ତ ହାତ ଆମର 

ମରିବା ପଛେ ଡରିବା ନାହିଁ 

  ଅଧୀନ ହେବା ନାହିଁ କାହାର |


ମାଆ ଆମର ମମତା ମୟୀ 

  ସୁଖଦାୟିନୀ ରୂପ ସୁନ୍ଦର 

ତାର ପବିତ୍ର ଚରଣେ ମୋର  

 କୋଟି ଜୁହାର କୋଟି ଜୁହାର |



Rate this content
Log in

Similar oriya poem from Abstract