STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ପୂଜନୀୟ ଅଟନ୍ତି ହିଁ ଗୁରୁ

ପୂଜନୀୟ ଅଟନ୍ତି ହିଁ ଗୁରୁ

1 min
348


ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ବର,


ପୂଜନୀୟ ପିତୃମାତୃ ପ୍ରକୃତରେ ହିଁ ଈଶ୍ୱର।୧।


ଗୁରୁ ମୋର ଶିକ୍ଷା ଗୁରୁ ସେହୁ ବିଦ୍ୟାର ସାଗର,


ଗୁରୁ ପଦେ ଭକ୍ତି ପ୍ରେମ ଶ୍ରଦ୍ଧା ରହୁ ନିରନ୍ତର।୨।


କୂଳ ଗୁରୁ ପୁରୋହିତ ପଦେ ରହୁ ଭକ୍ତିଭାବ


କର୍ଣ୍ଣେ ମୋର ଗୁରୁମନ୍ତ୍ର ନିତ୍ୟେ ହୁଏ ଆବିର୍ଭାବ।୩।


ପିତୃମାତୃ ଦୁହେଁ ଅଟନ୍ତି ହିଁ ଶ୍ରେଷ୍ଠ ଗୁରୁ ଭବେ,


ଦୁହିଁଙ୍କର ଯୋଗୁଁ ଜନ୍ମଟି ହୁଅଇ ହିଁ ଏଭବେ।୪।


ଲାଳନପାଳନ ମତେ ସେହୁ କରନ୍ତି ଯତ୍ନରେ,


ସବୁ ଭୁଲିଯାନ୍ତି କଷ୍ଟ ଦେଖିଣ ହିଁ ସେ ମୋହରେ।୫।


ଗଠନ ଶରୀର ମୋର ହୁଏ ପିତୃମାତୃ ଦ୍ବାରା,


ସବୁ ଜୀବନର ସୁଖ ତାଙ୍କ ମୋ ପାଳନେ ପରା।୬।


ପ୍ରାରମ୍ଭିକ ଶିକ୍ଷା ଦାନ ପିତୃମାତୃ କରୁଣାରୁ,


ମିଳେଟି ଭାଷାର ଜ୍ଞାନ ପିତୃମାତୃଙ୍କ ଚେଷ୍ଟାରୁ।୭।


ଶିକ୍ଷା ଗୁରୁ ପୁଣି ଆବିର୍ଭାବ ଜ୍ଞାନର ପଥରେ,


ଦେଉ ଥାନ୍ତି ବିଦ୍ୟା ଦାନ ସେହି ଅତିହିଁ ଯତ୍ନରେ।୮।


ସର୍ବୋପରି ତିନି ଗୁରୁ ମୋର ଏହୁ ଜୀବନରେ,


ଭକ୍ତି ରହୁ ପଦେ ସଦା ତାଙ୍କରି ହିଁ ଚରଣରେ।୯।


ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ବର


ତାଙ୍କ ପଦେ ଭକ୍ତି ରହୁ ନିତି କର୍ତ୍ତବ୍ୟ ପଥର।୧୦।


ପିତୃମାତୃ ଚରଣରେ ଭକ୍ତି ରହୁ ନିରନ୍ତର,


ଶିକ୍ଷା ଗୁରୁ କୂଳ ଗୁରୁ ପଦେ ଭକ୍ତି ଅହରହ।୧୧।


ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ବର,


ପୂଜନୀୟ  ପିତୃମାତୃ ପ୍ରକୃତରେ ହିଁ ଈଶ୍ବର।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract