ଫୁଲ ବଉଳବେଣୀ ଗୀତ
ଫୁଲ ବଉଳବେଣୀ ଗୀତ
ପାର୍ବଣ ରେ ଦେବୀ ପୂଜା ପରେ ପରେ
ତିଥି ଶରତ ପୁର୍ଣ୍ଣମା
ଶାରଦୀୟ ପୂର୍ଣ୍ଣଜହ୍ନ ରୋଷଣୀ ର
ଢାଳଇ ରୌପ୍ୟ ଜଛନା, ଗୋ ଫୁଲ ବଉଳବେଣୀ ।।
କୁଆଁର ପୁନେଇଁ କୁଆରୀ ମନର
ଅମୃତମୟ ସପନ
ଶରତ ଶୋଭିତ ପ୍ରକୃତି ଚିତ୍ର ତା
ଆନମନା କରେ ମନ, ଗୋ ଫୁଲ ବଉଳବେଣୀ ।।
କାର୍ତ୍ତିକେୟ ସମ ସୁନ୍ଦର ଦେବତା
ସମାନ ବର ବରଣ
ପ୍ରାପ୍ତ ହେଉ ଆଶା କରି ମାନସିକ
ବ୍ରତ କରଇ ପାଳନ, ଗୋ ଫୁଲ ବଉଳବେଣୀ ।।
ବୃନ୍ଦାରାଣୀ ବେଦୀ କଇଁ ତୋରଣରେ
ଦିଶୁଅଛି ଝଲମଲ
କୋମଳ କଳିକା ବାଳିକା ଗାଆନ୍ତି
ଗୀତ ସୁମଧୁର ସ୍ବର, ଗୋ ଫୁଲ ବଉଳବେଣୀ ।।
ଜହ୍ନି ପୁଷ୍ପାଞ୍ଜଳୀ ହାତେ ଧରିବାଳି
ବନ୍ଦଇ ଉଦିତ ଜହ୍ନ
ଖଇ ଅଞ୍ଜଳି ସେ ଦେଇ ହୁଳହୁଳି
ବହ୍ଵଳେ ଦେଖେ ସପନ, ଗୋ ଫୁଲ ବଉଳବେଣୀ ।।
ପାଦରେ ଅଳତା ହାତେ କୁଟି ଚିତା
ମଥାରେ ଟୋପି ଚନ୍ଦନ
ଗଜରା ଶୋଭିତ ଚୁର୍ଣ୍ଣ କୁନ୍ତଳରେ
ଝଟକେ ଚନ୍ଦ୍ର ବଦନ, ଗୋ ଫୁଲ ବଉଳବେଣୀ ।।
କୁଆଁର ପୁନେଇଁ କୁଆଁରୀ ମନର
ଆଶା ମନ ଧ୍ରୁବତାରା
ଶରତ ଶୋଭିତ ଶାରଦୀୟ ଚାନ୍ଦ
ତେଣୁ ଦଶେ ବଡ଼ ତୋରା, ଗୋ ଫୁଲ ବଉଳବେଣୀ ।।
