STORYMIRROR

Prafulla Chandra Mishra

Abstract

3  

Prafulla Chandra Mishra

Abstract

ଦୀପାବଳି

ଦୀପାବଳି

1 min
331


ପବିତ୍ର ଏ ଦୀପାବଳି     ଆରାଧନା ଶ୍ୟାମାକାଳୀ

କାର୍ତ୍ତିକ ଅମାବାସ୍ୟାର କଳା ଅନ୍ଧାର

କରି ଦୀପ ପ୍ରଜ୍ଜ୍ୱଳନ     ମନ କରରେ ତଲ୍ଲିନ

ଜୀବନର ଅନ୍ଧତ୍କାର ହେଉରେ ଦୂର

ଆଲୋକିତ ହେଉ ଧରଣୀ

ପୁଲକିତ ହୋଇଉଠୁ ମନ‌ ସରଣୀ ।।

  (୨)

ଲଭିବୁ ଅନନ୍ତ ଗତି    ଜଳାଅ ଆଲୋକ ଜ୍ୟୋତି

ଅଜ୍ଞାନ ତିମିର ବାରେ ଯିବ ଦୂରେଇ

ପଥ ହୋଇବ ସୁଗମ      ଜୀବନ ହୋଇବ ଧନ୍ୟ

ଅଲଭ୍ୟ ସ୍ଵର୍ଗିୟ ଆଶିର୍ବାଦ ରେ ତୁହି

ଭୁଞ୍ଜିବୁରେ ଅଷ୍ଟ ଐଶ୍ୱର୍ଯ୍ୟ

ଉଦୟ ହେବେରେ ତୋର ଜୀବନ ସୂର୍ଯ୍ୟ ।।

(୩)

କ୍ରତ୍ଵାଦି ସର୍ବ ଦେବତା     ମହର୍ଷୟ ପିତୃପିତା

“ଆଗଛନ୍ତୁ” ପିତୃ ଲୋକ ତେଜି ବହନ

 ସ୍ଵାଗତମ୍ ମହାଭାଗେ  ଉଜ୍ଜ୍ୱଳ ଜ୍ୟୋତିଷାଂ ମାର୍ଗେ

ସନ୍ତୁଷ୍ଟେ ବୈକୁଣ୍ଠ ପଥେ କର ଗମନ

ଚାହିଁ ଥାଅ ଶୁଭ ଦୃଷ୍ଟିରେ

ମୃତ୍ୟୁକୁ ଅମୃତ କର‌ ମର ସଂସାରେ ।।

(୪)

ମମ କୁଳେ ଦଗ୍ଧା ଯେପ୍ୟ  ଅର୍ଦ୍ଧଦଗ୍ଧାଶ୍ଚ ଯେ ଜୀବ

ଲଭନ୍ତୁ ପରମ ଗତି ୟେ ମହାଳୟେ

ଏହି ଆଲୋକ ପର୍ବରେ    ମହାଳ଼ୟା ଶ୍ରାଦ୍ଧ କରେ

ବିରାଜୁ ସୁଖର ରାତ୍ରି ମମ ଅଳୟେ

ଆଜିର ପବିତ୍ର ଦିବସ

“ଅୟି ମହାଲକ୍ଷ୍ମୀ” ଅୟି “କାନ୍ତା ଗିରିଶ” ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract