STORYMIRROR

PUSPALATA SAHOO

Abstract Inspirational

3  

PUSPALATA SAHOO

Abstract Inspirational

ନଈ

ନଈ

1 min
379

ପାହାଡ ଉପରୁ କୁଳୁକୁଳୁ 

ନାଦେ ବହିଯାଏ ମୁହିଁ 

ପାହାଡି କନ୍ୟା ମୁଁ ଡେଇଁ ଯାଏ 

କେତେ ଗିରି ବନ ଦେଇ !!

ଅଙ୍କା ବଙ୍କା ପଥପରେ 

ବହିଯାଏ ଦେହ ମୋର 

ମୋ କୂଳରେ ଖୋଜେ ପରା 

ଏ ମଣିଷ ବାସ ତାର !!

ତ୍ରିକୋଣ ଭୂମି ହୋଇ 

ଗଢି ଦିଏ ସମତଳ

ଖାଦ୍ୟ ଶସ୍ୟ ଯୋଗାଇ 

କରେ ତାର ଉପକାର !!

ସମୁଦ୍ରରେ ଲୀନ ପାଇଁ 

ବଢ଼ି ଯାଏ ଆଗକୁ 

ମୁହାଣରେ ମିଶିଯାଏ 

ଚାହେଁ ନାହିଁ ପଛକୁ !!

ନଈ ଟିଏ ହୋଇ ମୁହିଁ 

ଶୀତଳ ଜଳ ଦେବି 

ପରଶ ପାଇଁ ମୋର 

ସଭିଙ୍କୁ ଡାକୁ ଥିବି !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract