ନଈ
ନଈ
ପାହାଡ ଉପରୁ କୁଳୁକୁଳୁ
ନାଦେ ବହିଯାଏ ମୁହିଁ
ପାହାଡି କନ୍ୟା ମୁଁ ଡେଇଁ ଯାଏ
କେତେ ଗିରି ବନ ଦେଇ !!
ଅଙ୍କା ବଙ୍କା ପଥପରେ
ବହିଯାଏ ଦେହ ମୋର
ମୋ କୂଳରେ ଖୋଜେ ପରା
ଏ ମଣିଷ ବାସ ତାର !!
ତ୍ରିକୋଣ ଭୂମି ହୋଇ
ଗଢି ଦିଏ ସମତଳ
ଖାଦ୍ୟ ଶସ୍ୟ ଯୋଗାଇ
କରେ ତାର ଉପକାର !!
ସମୁଦ୍ରରେ ଲୀନ ପାଇଁ
ବଢ଼ି ଯାଏ ଆଗକୁ
ମୁହାଣରେ ମିଶିଯାଏ
ଚାହେଁ ନାହିଁ ପଛକୁ !!
ନଈ ଟିଏ ହୋଇ ମୁହିଁ
ଶୀତଳ ଜଳ ଦେବି
ପରଶ ପାଇଁ ମୋର
ସଭିଙ୍କୁ ଡାକୁ ଥିବି !!