STORYMIRROR

PUSPALATA SAHOO

Abstract Children Stories Others

3  

PUSPALATA SAHOO

Abstract Children Stories Others

ବର୍ଷାର ଅପୂର୍ଵ ଅନୁଭବ

ବର୍ଷାର ଅପୂର୍ଵ ଅନୁଭବ

1 min
165

ବାରମାସ ମଧ୍ୟେ ଛଅ ଋତୁ ଆସେ

ସୃଷ୍ଟିର ଏହି ନିୟମ

ସବୁ ଋତୁ ଠାରୁ ବରଷା ଋତୁଟି

କିଣି ନିଏ ମନ ଆମ !


ନିଦାଘ କଷ୍ଟକୁ କରିଥାଏ ଦୂର

ଶୀତଳ ଜଳକୁ ଦେଇ

ଗଛ ଲତା ଯେତେ ହସନ୍ତି ଖୁସିରେ

ବରଷା ଜଳକୁ ପାଇ!


ଚାଷୀ ଭାଇ ଖୁସି କହିଲେ ସରେନି

ଆକାଶେ ମେଘକୁ ଦେଖି

ମୟୂର ନାଚଇ କଳା ମେଘ ଦେଖି

ପୁଛକୁ ତାହାର ଟେକି!


ବରଷା ଦିନରେ ଭିଜି ଭିଜି ପିଲା

ପାଠ ପଢିବାକୁ ଯାଏ

ଓଦା ସରସର ଦେହକୁ ତାହାର

ଖାତିର ଟିକେ ନ ଥାଏ !


ସାଙ୍ଗ ସାଥୀ ମେଳେ ଖୁସିକୁ ତାହାର

କିଏ ବା ସତେ କଳିବ

ବରଷାର ସେଇ ଟିକି ଅନୁଭବ

ମନରେ ସଦା ରହିବ !


ଅପୂର୍ବ ମୁହୂର୍ତ୍ତ ଆସଇ ଜୀବନେ

ବରଷା ଋତୁରେ ଆମ

ସେଇ ଦିନ ସବୁ ମନେ ପକାଇଲେ

ଖୁସିରେ ନାଚଇ ମନ !


ଫେରି ବନି ଆଉ ପୁରୁଣା ଦିନଟି

ଯାହା ଯାଇଅଛି ଚାଲି

ସ୍ମୃତିରେ ସାଇତି ରଖିବା ତାହାକୁ

ଅନୁଭୂତି କଥା ବୋଲି !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract