STORYMIRROR

DILIP KUMAR SAHOO

Abstract

4  

DILIP KUMAR SAHOO

Abstract

ମାଆ ମଝିଘରିଆଣୀ

ମାଆ ମଝିଘରିଆଣୀ

2 mins
15


ମଝିଘରିଆଣୀ ମଝି ଗଉରୀ ମା

ପାଦରେ କୋଟି ଯୁହାର, ମାଆ ଗୋ

ପାଦରେ କୋଟି ଯୁହାର

ରାୟଗଡ଼ା ରାଣୀ ଭବାନୀ ରୁଦ୍ରାଣୀ

କରୁଣାର ପାରାବାର,ମାଆଗୋ

କରୁଣାର ପାରାବାର।


କେତେ କିମ୍ବଦନ୍ତୀ କେତେ ଲୋକକଥା

ତୁମରି ମହିମା ଗାଏ

ଭକତିରେ ଯିଏ ତୁମକୁ ଡାକଇ

ଦୁଃଖ ତାର ଦୂର ହୁଏ।


ବହୁବର୍ଷ ତଳେ କଳାହାଣ୍ଡି ଆଉ

ଅବିଭକ୍ତ କୋରାପୁଟ, ସଭାଜନେ

ଅବିଭକ୍ତ କୋରାପୁଟ

ସେ ମହାକାନ୍ତାର ରାଇଜ ଭାବରେ

ହେଉଥିଲେ ପରା କ୍ଷାତ।


ଗୁପ୍ତ ସମରାଟ ସମୁଦ୍ର ଗୁପ୍ତ ଯେ

ସାମ୍ରାଜ୍ୟ ବିସ୍ତାର ପାଇଁ

ମହାକାନ୍ତାର ର ରାଜାଙ୍କ ସହିତ

କରିଲେ ଘୋର ଲଢେଇ


ମଝିଘରିଆଣୀ ଦୟାକଲେ ବୋଲି

ହାରିଲେ ସମୁଦ୍ର ଗୁପ୍ତ

ଶକ୍ତିମୟୀ ବୋଲି ସେହିଦିନୁ ମାଆ

ଜଗତେ ହୋଇଲେ କ୍ଷାତ।


ଚତୁର୍ଦ୍ଦଶ ଶତାବ୍ଦୀ ରେ ଶୀଳାବଂଶୀ

ମହାରାଜା ବିଶ୍ୱନାଥ 

ରାୟଗଡ଼ା ରେତ ରାଜଧାନୀ ସ୍ଥାପି 

ପାଳୁଥିଲେ ରାଜ୍ଯ ସେତ।


ମହାରାଜାଙ୍କର ଇଷ୍ଟ ଦେବୀ ଥିଲେ 

ମାଆ ମଝିଘରିଆଣୀ

ତାଙ୍କ ଅନ୍ତେ ମାଆ ଭୂଗରଭେ ଯାଇ

ଲୁଚି ରହିଥିଲେ ପୁଣି।


ଅଷ୍ଟାଦଶ ଶତାବ୍ଦୀର କଥା ସେତ

କିମ୍ବଦନ୍ତୀ ଯାଏ କହି

ଆଉଜଣେ ବିଶ୍ବନାଥ ରାଜା ଥିଲେ

ରାୟଗଡ଼ା ର ତ ସେହି।


ଉଆଶର ମଝି ଘରେ ସେ ମାଆଙ୍କୁ

ପ୍ରତିଷ୍ଠା ତ କରିଥିଲେ

ସେଥିପାଇଁ ମାଆ ମଝିଘରିଆଣୀ

ଭାବରେ ତ କ୍ଷାତ ହେଲେ।


ଅଛି ଲୋକ କଥା ଦେବୀମାନେ ସେତ

ଥିଲେ ଯେ ସାତ ଭଉଣୀ

ମଝିଆଁ ଭଉଣୀ ବୋଲି ମାଆଙ୍କର

ନାଁଆ ମଝିଘରିଆଣୀ।


ସମୟ ଶୁଅରେ ରାଜା ଗଲେ ହଜି

ମା ରହିଲେ ମାଟି ତଳେ

ଉନବିଂଶ ଶତାବ୍ଦୀରେ ପୁଣି ମାଆ

ଧରାବତରଣ କଲେ ।


ଇଂରେଜ ଅମଳେ ରେଳପଥ ଟିଏ

ରାୟଗଡ଼ା ବାଟେ ଗଲା

ନାଗାବଳୀ ନଦୀ ଉପରେ ତ ତହିଁ

ପୋଲଟିଏ ଗଢା ହେଲା ।


ପୋଲକାମ ଜମା ଆଗେଇଲା ନାହଁ

ବିଘ୍ନ ଖାଲି ଉପୁଜିଲା

ସାହାବ ମାନଙ୍କ ବିଦ୍ଯା ବୁଦ୍ଧି ସବୁ

ସେହିଠାରେ ହଜିଗଲା।


ସାହାବ ଜଣେତ ସପନ ଦେଖିଲେ

ମାଟି ତଳେ ଛନ୍ତି ମାଆ

ମାଟି ତଳୁ ଆଣି ପ୍ରତିଷ୍ଠା କରିଲେ

ମାଆ ନିଶ୍ଚେ ହେବେ ସାହା ।


ମାଟି ଖୋଳା ହେଲା ମାଆ ବାହାରିଲେ

ପୂଜାପାଠ କରାଗଲା

ରେଳ ପୋଲ କାମ ସୁରୁଖୁରୁରେ ତ

ଅଳ୍ପଦିନେ ଶେଷ ହେଲା।


ମାଆ ଙ୍କ ମହିମା ଚଉଦିଗେ ତହୁଁ

ନିମିଷେ ବିସ୍ତାରି ଗଲା

ସାରା ରାଇଜରୁ ରାଇଜ ବାହାରୁ

ଭକ୍ତଙ୍କ ଶୁଅ ଛୁଟିଲା ।


ନାଗାବଳୀ ନଦୀ କୂଳରେ ମାଆଙ୍କ

ଅପୂର୍ବ ଭବ୍ୟ ମନ୍ଦିର

ମନ୍ଦିର ରେ ମାଆ ମଝିଘରିଆଣୀ

ଦିଶନ୍ତି ଭାରି ସୁନ୍ଦର।


ରବି ବୁଧ ଆଉ ଶୁକ୍ରବାର ଦିନ

ମନ୍ଦିରେ ଗହଳୀ ବେଶି

ମାଆଙ୍କର ପୂଜା ଅର୍ଚ୍ଚନା କରନ୍ତି

ବହୁଦୂରୁ ଭକ୍ତେ ଆସି।


ଦଶହରା ଆଉ ଚଇତି ପରବେ

ଉଛୁଳେ ମାଆଙ୍କ ପୀଠ

ଲକ୍ଷଲକ୍ଷ ଭକ୍ତ ଠୁଳ ହୋଇଥାନ୍ତି 

ଦିନରାତି ପୂଜା ପାଠ।


ମାଆଙ୍କର କଥା ମାଆଙ୍କ ମହିମା

ଠିକେଠିକେ କହିଗଲି , ମାଆଗୋ

ଦୟା ରଖିଥିବ ସଭିଙ୍କ ଉପରେ

ପାଦରେ ପ୍ରଣାମ କଲି, ମାଆଗୋ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract