ଦେବ ଶିଳ୍ପୀ ବିଶ୍ଵକର୍ମା
ଦେବ ଶିଳ୍ପୀ ବିଶ୍ଵକର୍ମା
ତୁମେ ସୃଷ୍ଟି ତୁମେ ସ୍ରଷ୍ଟା ହେ ବିଶ୍ବକର୍ମା
ଅସୀମ ଅନନ୍ତ ପ୍ରଭୁ ତୁମ ମହିମା।୦!
କାଳିଆ କଳା ଦିଅଁ ଙ୍କୁ
ଗୁପତେ ଗଢିଲ ତାଙ୍କୁ
ଅସୀମର ଚାଉପାଶେ ଆଙ୍କି ଯେ ସୀମା ।
ଗଢିଲ ପ୍ରଭୁ କେମିତି
ଅପୂର୍ବ ରୂପ ଏମିତି
ସେ ରୂପ ଦେଖିଲେ ଆଖି ଫେରେନା ଜମା ।
ଏମିତି ସେତ ମୂରତୀ
ଝରୁଥାଏ ଦିବ୍ୟ ଜ୍ୟୋତି
ଅପସରିଯାଏ ଅମା ରାତି କାଳିମା ।
ନିଜକୁ ନିଜେ ଗଢିଲ
ଅଧା ଗଢି କାହିଁ ଗଲ
ରାଣୀ ଗୁଣ୍ଡିଚା ମିଛରେ ମାଗିଲେ କ୍ଷମା ।
ମହାଲକ୍ଷ୍ମୀ ଯେତେବେଳେ
ଶ୍ରୀମନ୍ଦିର ଛାଡି ଗଲେ
ତାଙ୍କ ଉଆସ ଗଢିଲ ଭରି ସୁଷମା ।
ବୈକୁଣ୍ଠ ସମାନ ଘର
ନଥିଲା ତୁଳନା ତାର
ଦାସୀଙ୍କ ମେଳରେ ଯହିଁ ରହିଲେ ମାଆ ।
କୃଷ୍ଣ ଙ୍କ ନିର୍ଦ୍ଦେଶ ପାଇ
ଗଢିଲ ପ୍ରାସାଦ ଯାଇ
ଧନ୍ୟ ହେଲେ ବାଲ୍ୟ ବନ୍ଧୁ ବିପ୍ର ସୁଦାମା ।
ନେଇ କେତେ ଅବତାର
ଗଢିଛ ସୃଷ୍ଟି ସୁନ୍ଦର
ବ୍ରହ୍ମାଣ୍ଡ ରେ ଯାର କାହିଁ ନାହିଁ ଉପମା ।
ଶିଳ୍ପ ବିଜ୍ଞାନ ପ୍ରଣେତା
ଆଦି ବିଜ୍ଞାନ ବିଧାତା
ତୁମ ସ୍ପର୍ଶେ ହସେ ସାରା ଭୂମି ରୁ ଭୂମା ।
ଗଜ ବାହନ ରେ ବସି
ଆଶିଷ ଯାଅ ବରଷି
ଶତ ପ୍ରଣିପାତ ପାଦେ ଘେନ ମଣିମା ।
