STORYMIRROR

Anita Dash

Abstract Inspirational Others

3  

Anita Dash

Abstract Inspirational Others

ମାଟିର ମୂଲ

ମାଟିର ମୂଲ

1 min
245

ମାଆର ଜଠରୁ ଜୀବନ ଅଂକୁର ମାଟିମା କୋଳେ ବିଲୀନ

ମାଆ ମାଟିମାଆ ଋଣ ଶୁଝିବାରେ ହୋଇଛିକି କେ ସକ୍ଷମ ।


ମାଟି ବାୟୁ ନଭ ଅନଳ ଉଦକ ପଞ୍ଚଭୂତେ ଗଢ଼ା ଜୀବ

ମାଟି ଯୋଗାଉଛି ଖାଦ୍ୟ ବସ୍ତ୍ର ବାସ ଜୀବନ ସମ୍ଭାର ସର୍ବ।


ମାଟି ଛାତି ତଳେ ସରାଗେ ସାଇତା ବିସ୍ମୃତିର ଇତିହାସ

ମାଣିକ୍ୟ ବୈଦୁର୍ଯ୍ୟ ଖଣି ଖାଦାନରେ ଭରିଛି କେତେ ମୋ ଦେଶ।


ମାଟିର ମୋହରେ ମୋହାବିଷ୍ଟ ମୋର ଶଇଶବ ମିଠା ଦିନ

ମାଟି ଖାଇ ମାଆ ଆକଟ ପ୍ରହାର ଭୂଲିକି ପାରିବ ମନ!


ମନ ହଜିଯାଏ ଭିଜା ମାଟି ଗନ୍ଧେ ଝିପି ବରଷାର ସୂରେ

ମାଦକତାରେତା ବିଭୋର ହୋଇ ମୁଁ ଦୁଃଖ ଶୋକକୁ ପାଶୋରେ।


ମାନ ଧନ ଯଶ ଯେ ଯେତେ ଅରଜି ପାଇଥାଉ ଉଚ୍ଚ ସ୍ଥାନ

ମାଟି ମୂଲ କେହି ତଉଲି ପାରିନି ଭବେ ଦୁର୍ମୂଲ୍ୟ ତା ମାନ।


ମାଟି ଘଟେ ଜଳି ଆୟୁଷର ଦୀପ ସୂଚାଏ ଜୀବନ କ୍ଷଣ

ମଲା ଗଲା ବୋଲି ଡ଼କା ପଡ଼ିଯିବ ହୋଇଗଲେ ନିର୍ବାପନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract