Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4  

Ajit Kumar Raut

Abstract

ଭାବରେ ଭକ୍ତିରେ ଭାଗବତ

ଭାବରେ ଭକ୍ତିରେ ଭାଗବତ

1 min
281



ଲେଖିଥିଲେ ବ୍ୟାସ କଥା ଭାଗବତ 

   ଅଟେରେ ଏହୁ ପୁରାଣ,

ଓଡିଆ ଭାଷାରେ ଅନୁବାଦ କଲେ

   ଦାସ ଜଗନ୍ନାଥ ପୁଣ।

ଭାଗବତ ଅର୍ଥ ଭକ୍ତି ଜ୍ଞାନ ଯହିଁ

ବୈରାଗ୍ୟ ତାରଣ ଶିକ୍ଷାଦିଏ ତହିଁ

   ରହିବା କର୍ତ୍ତବ୍ୟେ ଏହିଁ।


ମନୁଷ୍ୟ କର୍ତ୍ତବ୍ୟ ତହିଁରେ ବର୍ଣ୍ଣିତ 

   ଧର୍ମ କର୍ମ ଶିକ୍ଷା ଦିଏ

ଗ୍ରାମେଗ୍ରାମେ ହୁଏ ଭାଗବତ ଟୁଙ୍ଗି

   ଆଦରରେ ପାଠହୁଏ

ପ୍ରଭୁ ଉପଦେଶ ରହିଛି ଭାବରେ

ଜ୍ଞାନ ଉପଦେଶ ଜଡ଼ିତ ତହିଁରେ

  କର୍ତ୍ତବ୍ୟରେ ମନୁଷ୍ୟରେ।


ଅନ୍ୟାୟ କରିଲେ କିଫଳ ମିଳେଟି

   ବର୍ଣ୍ଣିତ ପୁରାଣେ ତାହା

ଥିଲେ ଧର୍ମପଥେ କେଉଁ ଫଳପ୍ରାପ୍ତି

   କୁହେ ଭାଗବତେ ଏହା

ମନୁଷ୍ୟ ଜୀବନ ସାର୍ଥକ କରେ ଟି

ସତ୍ୟ ତ୍ୟାଗ ଧର୍ମ ମନୁଷ୍ୟେ ଦିଏଟି

   ଅବାଟୁ ବାଟେ ଆଣେଟି।


ପଢ ଭାଗବତ କର ଜ୍ଞାନ ପ୍ରାପ୍ତି

  ଧର୍ମ ସ ନା ତ ନେ ଯାହା,

ଜ୍ଞାନ ପାଇ ତହୁଁ କର୍ମ କର ବହୁ

  ମୁକ୍ତିର ରାସ୍ତାଟି ଏହା

କର ଗୃହ କର୍ମ କର ରାଷ୍ଟ୍ର କର୍ମ

ଧର୍ମେ କରକର୍ମ ସତ୍ୟେ କରଧର୍ମ

  ପ୍ରେମ ପ୍ରୀତି ରଖ ମର୍ମ।


ପ୍ରୀତିଜନସେବା ରହୁ ଜୀବନରେ

   ଦିଏ ଭାଗବତ ଶିକ୍ଷା

ରହୁ ରାଷ୍ଟ୍ରପ୍ରେମ ରହୁ ଭାଷାକ୍ରୀତୀ

   ଏହୁ ପୁରାଣର ଦିକ୍ଷା

ଜୀବହିଂସା ନହୁ ଜୀବନଯାତ୍ରାରେ

ସ୍ବାର୍ଥଭାବ ନହୁ ମନୁଷ୍ୟ କର୍ମରେ

   ରହୁ ପ୍ରେମ ସମାଜରେ।


ପିତୃମାତୃ ସେବା ସର୍ବୋପରି ଭବେ

  ଅତିଥି ସେବା ଭକ୍ତିରେ

ଆଦର ସତ୍କାରେ ଗୁରୁଜନ ସେବା

   ପୁରାଣର ବଚନରେ

ଗ୍ରହଣ କରିବା ଶାସ୍ତ୍ର ଜ୍ଞାନ ମନ୍ତ୍ର

ଜୀବନର ପରା ଅଟେ ଏହୁ ତନ୍ତ୍ର

  ସଦା ଗୁଞ୍ଜୁ ଜୀବନରେ।


ଭାବର  ଭକ୍ତିର ଅଟେ ଭାଗବତ

   ମନଦେଇ ପଢୁଥିବା,

ଉପଦେଶ ଯାହା ମନୁଷ୍ୟର ପାଇଁ

   ଗ୍ରହଣ କୁ କରୁ ଥିବ।

ଜନ ହୀତେ ଦେବ ସେବାକୁ ଅଜାଡି

ତାକୁ ନିତ୍ୟକର୍ମେ ଦେବାରେ ସଜାଡି

   କର୍ମପଥେ ଚଲୁ ଥିବା।


ଅନାଦି ଅନନ୍ତେ ଭକ୍ତି ରଖି ଥିବ 

   ପଦେ ସମର୍ପଣ ଥିବା

ସଦା ପ୍ରଭୁ ନାମ ହୃଦେ ଗାଉଥିବା

    କୃଷ୍ଣ କୃଷ୍ଣ ଭୋଜୁ ଥିବା

ଭାବର ପରାରେ ପ୍ରଭୁ ଜଗନ୍ନାଥ

ପ୍ରେମର ଶ୍ରଦ୍ଧାର ଜଗତର ନାଥ

    ତାଙ୍କୁ ଭକ୍ତି ରଖି ଥିବା।




Rate this content
Log in

Similar oriya poem from Abstract