STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ଈର୍ଷା

ଈର୍ଷା

1 min
243


ଏତେବଡ଼ ଏଇ ଦୁନିଆରେ ଆମେ

   କିଏ ବା କାହିଁକି କହ

ଈର୍ଷା କରିବାକୁ ଆଗେଇ ଆସିବା

   ପଛରୁ କହିବା ରହ।୧

ସତ୍ଯ ତ ଏଇଆ କାହାର ବଢି଼ବା

   ଦେଖି ସହି ପାରୁ ନାହୁଁ

ତେଣୁ ସମୟର ସୁଯୋଗକୁ ଦେଖି

   ଈର୍ଷା କରିବାକୁ ଚାହୁଁ।୨

ଈର୍ଷା କରିଥାଉଁ ଆମେ ହିଁ ତାହାକୁ

   ଭଲରେ ଖାଇ ରହିଲା

ଦିନେ ଯିଏ ଖାଦ୍ଯ ନ ଖାଇକି ସଦା

   କଲବଲ ହେଉଥିଲା।୩

ଆଜି ସେହିଲୋକ ଗାଡି଼ଘୋଡା଼ କରି

   ଆରାମ କରୁଛି ବସି

କେଉଁଠୁ ହାତେଇ ଦେଇଛି ନୁହେଁ ତ

   ଯେଣୁ ଆଜି ଭାରି ଖୁସି?୪

ବହୁତ ପଛରେ ଯିଏ ରହୁଥିଲା

   ଆଜି ଆମଠାରୁ ଆଗ

ଦୁଇପାଦ ଥାଇ ନିଶକୁ ମୋଡୁଛି

   ଛିଣ୍ଡେଇ ଦେବୁ ତା' ଅଗ।୫

ଜଳି ଯାଉଥିଲୁ ହୃଦୟ ଭିତରେ

   ଦିନେ ଜଣେ ସାଧୁବାବା

କହିଲେ ହେ ବତ୍ସ ଶାନ୍ତ ହୋଇଯାଅ

   ତୁମେ ତ ନିଶ୍ଚୟ ଯୁବା?୬

କଠିନ ଶ୍ରମକୁ କରିବା ଶିଖିଲେ

   ତୁମେ ବି ଆଗକୁ ଯିବ

କା'ର ବଢି଼ବାରେ ଈର୍ଷା ହିଁ କରିବା

   ମୋଟେ ଭଲ ନୁହେଁ ଭାବ।୭

ଈଶ୍ବରଙ୍କ ଏହି ଦରବାର ମଧ୍ଯେ

   କର୍ମର ବୀଜଟେ ବୁଣି

ଯଦିରେ ଚାଲିବା ଆଗକୁ ଉଠିବା

   କେହି ପାରିବେନି ଝୁଣି।୮

ବୁଝିଲୁ କଥାକୁ କରିଲୁ ଶପଥ

   କର୍ମର ମଧ୍ଯରେ ଧର୍ମ

କରିବା ହେଲା ତ ବଢି଼ବା ହୋଇଲା

   ଏହି ଏ ମର୍ତ୍ତ୍ଯର ଧାମ।୯

ଏ ମଣିଷ ଆଜି କାହାକୁ ନ ଦେଖି

   ନିଜେ ଯଦି କରିଯିବା

ସଫଳତା ହାତେ ଆସି ଲଦିହେବ

   ଜଗତ ହୋଇବ କାବା।୧୦

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract