STORYMIRROR

Sharat Kumar Ojha

Abstract

4  

Sharat Kumar Ojha

Abstract

ମୁଁ କିନ୍ତୁ ବଞ୍ଚିଛି

ମୁଁ କିନ୍ତୁ ବଞ୍ଚିଛି

1 min
385

ତୁମ ପାଦ ତଳର ଦୁବଘାସଟିଏ ମୁଁ

ମଲା ଅତୀତର ସ୍ମୃତି ସବୁ ସାଉଁଟି ସାଉଁଟି

ହୃଦୟ ଭିତରେ ସଞ୍ଚିଛି।

କଅଁଳ ଅରୁଣିମାର ସ୍ପର୍ଶରେ

ବେଳେବେଳେ ଶୀହରୀ ଉଠିଛି,

ପୁଣି କେବେ

ମିଠା ମଳୟ ବାଜି ଲାଜେଇ ଯାଇଛି,

ଇଚ୍ଛା ନଥିଲେ ବି

ଖୋସାରେ କାକର ବିନ୍ଦୁ ଖୋସି

ସଜେଇ ହୋଇଛି, 

ସେଥିପାଇଁ ଅନେକ ପରିହାସ ଶୁଣିଛି, 

ଆଗକୁ କଣ ସବୁ ଘଟିବ

ତାହା ବି ଜାଣିଛି, 

ନିଦାଘର ନିର୍ଯ୍ୟାତନାରେ

ଅଚେତ୍ ହୋଇଗଲାପରେ, 

ବାଦଲ ଆସି ପାଣି ମୁନ୍ଦେ ଛିଞ୍ଚିଛି, 

ସଭିଏଁ ଭାବିଥିଲେ

ମୁଁ ମରି ଯାଇଛି ବୋଲି, 

ମୁଁ କିନ୍ତୁ ବଞ୍ଚିଛି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract