STORYMIRROR

Sharat Kumar Ojha

Others

4  

Sharat Kumar Ojha

Others

ମୁଁ କିନ୍ତୁ ବଞ୍ଚିଛି

ମୁଁ କିନ୍ତୁ ବଞ୍ଚିଛି

1 min
251

ତମ ଚଲାପଥରେ ଦୁବଘାସଟିଏ ମୁଁ 

ମଲା ଅତୀତର ସ୍ମୃତି ସବୁ 

ଗୋଟେଇ ଗାଟେଇ ସଞ୍ଚିଛି l

ତମ ପାଦର ଧୂଳି ସବୁକୁ ଜାବୁଡ଼ି ଧରିଛି, 

କଅଁଳ ଅରୁଣିମାର ସ୍ପର୍ଶରେ

ବେଳେବେଳେ ଶିହରୀ ଉଠିଛି,

ପୁଣି କେବେ ମିଠା ମଳୟ ବାଜି 

ଲାଜେଇ ଯାଇଛି, 

ଇଚ୍ଛା ନଥିଲେ ବି ଖୋସାରେ

କାକର ବିନ୍ଦୁ ଖୋସି

ସଜେଇ ହୋଇଛି, 

ସେଥିପାଇଁ ଅନେକ ପରିହାସ ଶୁଣିଛି, 

ଆଗକୁ କ'ଣ ସବୁ ଘଟିବ 

ସେକଥା ବି ଜାଣିଛି, 

ନିଦାଘର ନିର୍ଯ୍ୟାତନାରେ ଅଚେତ୍ ହୋଇଗଲାପରେ 

ବେଳେବେଳେ ବାଦଲ ଆସି 

ପାଣି ମୁନ୍ଦେ ଛିଞ୍ଚିଛି, 

ସଭିଏଁ ଭାବିଥିଲେ ମୁଁ ମରିଯାଇଥିବି ବୋଲି, 

ମୁଁ କିନ୍ତୁ ବଞ୍ଚିଛି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍