STORYMIRROR

Pratima Satpathy

Abstract

4  

Pratima Satpathy

Abstract

କେମିତି ଭୁଲିବି

କେମିତି ଭୁଲିବି

1 min
376


ଜୀବନ ଦୀପର ସଳିତା ତୁମେ ହେ

   ଅସମୟେ ଲିଭିଗଲ

ଘନ ଅନ୍ଧକାର କବଳିତ ପ୍ରାଣ

   ଲୁହ ଦେଇ ଚାଲିଗଲ.

ତୁମରି ବିହୁନେ ପ୍ରାଣ ପକ୍ଷୀ ମୋର

   ଗୁମୁ୍ରି ଗୁମୁ୍ରି କାନ୍ଦେ

ତୁମରି ସ୍ମୃତିକୁ ପାଥେୟ କରିଣ

   ଜୀବନ କାଟେ ବିଷାଦେ.

କିଏ ସେ ବୁଝିବ ମନର ବେଦନା

   ହୃଦୟ ତଳର ଦୁଃଖ

ତୁମବିନା ପ୍ରାଣ ହୁଅଇ ଅସ୍ଥିର

  ମନରେ ନାହିଁ ମୋ ସୁଖ.

ଆଖିଲୁହ ପିଇ ବଞ୍ଚିଅଛି ମୁହିଁ

  କପାଳରେ କର ମାରି

ଯେଉଁ ମାନେ ମୋତେ ଭଲ ପାଉଥିଲେ

   ଦେଉଛନ୍ତି ମୁହଁ ମୋଡି.

ଚିନ୍ତାର ପାହାଡ଼ ଲଦି ଦେଇ ମୁଣ୍ଡେ

    ତୁମ ବାଟେ ଗଲ ଚାଲି

କିପରି ଚାଲିବି ଏ ଜୀବନ ପଥ

   ତପ୍ତ ବୈତରଣୀ ବାଲି.

ଜାଣିଛି ମୁଁ ତୁମେ ଅଫେରା ରାଇଜୁ

   କେବେ ବି ଫେରିବ ନାହିଁ

ଆଖି ଲୁହ ସାଥେ ଆୟୁଷ ସାରିବି

   ପ୍ରାଣ ପ୍ରିୟ ତୁମ ପାଇଁ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract