STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଶୀର୍ଷକ *ଲଙ୍କା ଦହନ*

ଶୀର୍ଷକ *ଲଙ୍କା ଦହନ*

1 min
362


ବୀର ହନୁମାନ ଯହୁଁ ଅକ୍ଷୟ ମାରିଲା 

ରାବଣର ମନ ତହୁଁ ଅଥୟ ହୋଇଲା 

ଇନ୍ଦ୍ରଜିତକୁ ଡାକିଲା,

ଦୁଃଖିତ ହୋଇଣ ଦୈତ୍ୟ ପୁତ୍ରକୁ କହିଲା।

ଦେଉଛି ଯନ୍ତ୍ରଣା ବହୁ ମୃତ୍ୟୁ ଅକ୍ଷୟର

କରୁଛି ଚିନ୍ତିତ ପରା ମୃତ୍ୟୁଟି ପୁତ୍ରର

  ଧରି ଆଣ ଶୀଘ୍ର ହନୁ,

ଦେଖିବିରେ ମୁଁ ବଳବନ୍ତ କେତେ ତା'ର ତନୁ।

ଦୂତ ରାମଙ୍କର ମହା ଜ୍ଞାନବନ୍ତ ବହୁ

କ୍ଷୁଦ୍ର ରୂପ ଧରି ଗଛେ ବସିଛିରେ ସେହୁ

ଶୁଣୁଛି ରୋଦନ ରାବ,

ପୁଣି ଉପଦ୍ରବ କରିବ, କରୁଛି ଠାବ।

ହୋଇଲା କ୍ରୋଧିତ ଦୈତ୍ୟ ରାବଣ କୁମାର

ବାନ୍ଧି ଆଣିଦେବ ହନୁ ପ୍ରତିଜ୍ଞା ତାହର।

 ହୁଂକାର କରିଣ ବୀର,

ଧରି ଧନୁଶର ବସିଲା ରଥ ଉପର।

ପଛରେ ସୈନିକ ତା'ର ଅଛନ୍ତି ଅପାର

ପହଞ୍ଚି ଅଶୋକ ଉଦ୍ୟାନେ କଲା ଚିତ୍କାର

କାହିଁ ଗଲୁ ମର୍କଟରେ,

କେଉଁ ଗଛେ ଲୁଚି ଅଛୁ ଶୀଘ୍ର ଯୁଦ୍ଧ କର।

ଦୂତ ପ୍ରଭୁଙ୍କର ହନୁ କିମ୍ପା ବା ଡ଼ରିବ

ଛାର ସେ ଦାନବ କାହୁଁ ରହସ୍ୟ ବୁଝିବ

    ଯୁଦ୍ଧ ହେଲା ଭୟଙ୍କର,

କ୍ରୋଧେ ଇନ୍ଦ୍ରଜିତ ମାରେ ନାଗଫାଶ ସର।

ବାଣ ନାଗଫାଶେ ବାନ୍ଧି ରାବଣ କୁମାର

ଆଣେ ଘୋଷାରି ଘୋଷାରି ପିତାର ଛାମୁର

   ଦୈତ୍ୟରାଜ ଆନନ୍ଦିତ,

ଦେଲା ନିର୍ଦ୍ଦେଶ ଲାଞ୍ଜରେ କପଡ଼ା ବାନ୍ଧତ।

ତୈଳ ଘୃତ ଢାଳି ତହିଁ ଅଗ୍ନି ଜାଳି ଦିଅ 

ପୋଡ଼ି ଭଷ୍ମ ହେଉ ଏହୁ ବାନରର ପୁଅ

    ହସୁଥାଏ ହନୁମାନ

ଦହନ କରିବ ବୀର ରାବଣ ଭୁବନ।

ଯେତେ କପଡା ବାନ୍ଧନ୍ତି ଲାଞ୍ଜ ବଢୁଥାଏ

ଥକି ଗଲେ ଦାନବ ବାନ୍ଧି ବାନ୍ଧି ତାହାଏ

ତୈଳ ଘୃତକୁ ସେ ପକାନ୍ତି

ଖୁସି ଆନନ୍ଦେ ଦୈତ୍ୟ ଜୋର୍ ରେ ରାବ ଦିଅନ୍ତି।

ମୁଚୁକି ମୁଚୁକି ହସୁଥାଏ ହନୁବୀର

ଲାଞ୍ଜକୁ ଘସିଲା ଆଣି କପାଳେ ତାହାର

  ଜଳେ ହୁ ହୁ ଅଗ୍ନି ତହିଁ,

ରାମ ରାମ ରାବ ଦେଲା ହନୁମାନ ଯହିଁ।

ଡେଇଁ ଡେଇଁ ଜାଳେ ହନୁ ରାବଣ ପୁରକୁ

ଜାଳି ଭଷ୍ମ କରେ ଭୋଜି ଶ୍ରୀରାମ ନାମକୁ

ହାହାକାର ରାବ ଶୁଭେ

ରାକ୍ଷସ ରାକ୍ଷସୀଙ୍କର ରୋଦନଟି ଶୁଭେ।

ଶକ୍ତି କା'ର ନାହିଁ ତହିଁ ରୋକିବା ପାଇଁକି

ଜାଳି ପୋଡ଼ିଦେଲା ସେ ଲଙ୍କାପୁରୀକି।

ଚିନ୍ତିତ ଅତି ରାବଣ

ହନୁଙ୍କ କ୍ରୋଧରୁ ତା'ର ନାହିଁ ନିବାରଣ।

ସମୁଦ୍ର ଡେଇଁଣ ଅଗ୍ନି ହନୁ ଲିଭେଇଲା

ରାମ ରାମ ଜପି ବୀର ସ୍ନାନକୁ କରିଲା।

ସୀତାଠୁ ବିଦାୟ ନେଲା,

ହୋଇ ଆନନ୍ଦିତ ବୀର ରାମ ପାଶେ ଗଲା।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract