Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Inspirational Others

4  

Chittaranjan Nanda

Abstract Inspirational Others

ମାତୃଭାଷା ପ୍ରେମ ରହୁ ହୃଦୟେ

ମାତୃଭାଷା ପ୍ରେମ ରହୁ ହୃଦୟେ

1 min
329



ସବୁଠୁ ନିଜର, ଅତି ଆପଣାର, ମୋର ଅଟଇ 

ମାତୃଭାଷା, ଓଡ଼ିଆ ଭାଷା

ମାଆର ମୁଖର ଭାଷା ମୋତେ କଥା ଶିଖାଇଲା, 

ଦେଖାଇଥିଲା ସରବ ଦିଶା |୧|


ମାଆ, ବାପା, ଡାକ ପ୍ରଥମେ ଶିଖିଲି,

ହିନିମାନୀ କେବେ ନୁହେଁ ମୋ ଭାଷା  

କିଏ ଯଦି କଟୁକଥା କହେ ମୋ ଭାଷାକୁ, ଅନ୍ତରକୁ ବାଧେ, ମୋ ଓଡ଼ିଆ ଭାଷା |୨|


ଯେଉଁ ଭାଷାକୁ ଶୁଣିଲେ, ପେଟ ପୂରିଯାଏ,

ସେ ମୋ ଓଡ଼ିଆ ଭାଷା

ମୋ ମାନସିକ ଶକ୍ତିର ବିକାଶ କରିଛି,

ସେ ପରା ମୋ ଓଡ଼ିଆ ଭାଷା |୩|


ମୋ ଭାଷା ଯୋଗୁ ମୋର ମନର ବିଚାରଧାରା 

ମୁଖମଣ୍ଡଳରେ ପ୍ରତିବିମ୍ବିତ ହୁଏ 

ପ୍ରସନ୍ନତା, ବୁଦ୍ଧିମତ୍ତାପୂର୍ଣ୍ଣ ମୁଖମଣ୍ଡଳ, ଓଡିଆ 

ସଭ୍ୟତା ସଂସ୍କୃତି ଦେଖାଏ |୪|


ଅନେକ ଓଡିଆ ଅଛନ୍ତି, ବଡ଼ ବଡ଼ ମହତ୍ତ୍ବାକାଂକ୍ଷା 

ଜୀବନରେ କରିଥାନ୍ତି, 

କିନ୍ତୁ ନିଜ ଓଡିଆ ଭାଷାକୁ ଛାଡି,

ତାହାକୁ କେବେ ପୁରୁଷାର୍ଥ କରିପାରି ନାହାନ୍ତି |୫|


କାରଣ ସେମାନଙ୍କ ମଧ୍ୟରେ ଥାଏ ହୀନମାନ୍ୟତା, 

ବିଷାଦ, ଅସହାୟ ଭାବନା,

ଦୃଢ଼ତା ଆତ୍ମବିଶ୍ୱାସ ଅଭାବେ ଲକ୍ଷ୍ୟପ୍ରାପ୍ତି ପାଇଁ 

ଆସେନି କର୍ମ କରିବାର ପ୍ରେରଣା |୬|


ଯେଉଁଠାରେ ହେଉ ବୋଉ ଡାକିଦେଲେ, ଲାଗେ 

ମୋତେ ସ୍ବର୍ଗ ରାଜ୍ୟ ପରି

ମାତୃଭାଷା ପ୍ରେମ ରହୁ ହୃଦୟରେ,

ଏତିକି ଠାକୁରଙ୍କ ଠାରେ ମୋର ଗୁହାରୀ |୭|



Rate this content
Log in

Similar oriya poem from Abstract