STORYMIRROR

Jyotsna Acharya

Abstract Inspirational Others

3  

Jyotsna Acharya

Abstract Inspirational Others

ସଫଳତା

ସଫଳତା

1 min
132

ବ୍ୟକ୍ତିର ସଫଳତା ପଛରେ

ଲୁଚିଥାଏ ତା'ର 

ପ୍ରକୃତ ପରିଶ୍ରମ

କେବେ ନିଜକୁ ଦ୍ବାହୀ ଦେଇ,

ତ କେବେ ତା ନିତ୍ୟ ନୈମିତିକ 

ଜୀବନକୁ ଉପେକ୍ଷା କରି।

ବ୍ୟକ୍ତି ତା ସଫଳ ବ୍ୟକ୍ତିତ୍ବର

ପରିଚୟରେ ଧର୍ଯ୍ୟ,ସହନଶୀଳତାର 

ପରୀକ୍ଷା ଦେଇ ଚାଲେ ତ

କେବେ ଭଗବାନଙ୍କ ଅସ୍ଥିତ୍ବରେ

ବିଶ୍ବାସର ଦୃଢ ବଳଟିଏ

ସଫଳତା ଆଡକୁ ଟାଣି ନିଏ।

ସମୟର ବଳୟ ଭିତରେ

ଆବିଷ୍କାର କରେ

ସେ ନିଜର

ଏକାଗ୍ରତକୁ, ଏକାକୀତ୍ବକୁ।

ଜୀବନର ତମାମ

ଦୁଃଖ, କଷ୍ଟ ଯନ୍ତ୍ରଣାର

ପଥ ଦେଇ ତାକୁ

ଯିବାକୁ ପଡେ।

ଶେଷରେ, ସେ ସଫଳତାର ସାର୍ଥକ 

ପରିଚୟଟିଏ ପାଇଥାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract