ଆମ ସମ୍ବିଧାନ
ଆମ ସମ୍ବିଧାନ
ଆମ ସମ୍ବିଧାନ ଆମରି ତ ବଳ
ଆମେ ଶାସନ କରୁଛୁ
ଆଇନ ଗଢୁଛୁ ଆଇନ ଭାଙ୍ଗୁଛୁ
ଆଇନ ମାନି ଚଳୁଛୁ ।
ସାର୍ବଭୌମ ଆମ ଗଣତନ୍ତ୍ର ରାଷ୍ଟ୍ର
ସବୁ ହୃଦୟ ଜିତିଛୁ
ସମସ୍ତଙ୍କ ପାଇଁ ଦ୍ୱାର ତାର ଖୋଲା
ଭଲ ପାଇବା ଦେଇଛୁ ।
ସମ୍ବିଧାନ ଧାରା ଅନୁସାରେ ଆମେ
ଅବିରତ ଚାଲି ଅଛୁ
ସବୁ ଅଧିକାର ସମସ୍ତଙ୍କ ପାଇଁ
ଧର୍ମକୁ ଆମେ ମାନୁଛୁ ।
ସତ୍ୟ ଧର୍ମ ନ୍ୟାୟ ପଥରେ ସଂଘର୍ଷ
କରି ଆମେ ଚାଲୁଅଛୁ
ଭାରତବାସୀ ଆମେ ବଡ ସାହସୀ
ଜଗତେ ବୋଲାଉ ଅଛୁ ।
ସମ୍ବିଧାନ ପ୍ରଣେତା ଆମ୍ବେକର ସେ
ତାଙ୍କୁ ସମ୍ମାନ ଦେଉଛୁ
ଜାନୁଆରୀ ଛବିଶି ଏକତା ଭାବରେ
ଆମେ ପାଳନ କରୁଛୁ ।
ତାଙ୍କ ପାଇଁ ଆଜି ସମ୍ବିଧାନ ସୃଷ୍ଟି
ତାଙ୍କୁ ପ୍ରଣାମ କରୁଛୁ
ସାଧାରଣତନ୍ତ୍ର ପାଳୁଛୁ ଆନନ୍ଦେ
ତ୍ରିରଙ୍ଗା ଉଡାଉ ଅଛୁ ।
ତାଙ୍କ ସମ୍ବିଧାନ କାର୍ଯ୍ୟକାରୀ କରି
ଦେଶ ଆମେ ଚଳାଉଛୁ
ଉଣେଇଶି ଶହ ପଚାଶ ମସିହା
ହୃଦୟେ ଛାପି ରଖିଛୁ ।
ଆମ ସମ୍ବିଧାନ ବଳରେ ଆମେ ତ
ଆଗକୁ ମାଡି ଚାଲିଛୁ
ଜାତୀୟ ଦିବସ ଜାନୁଆରୀ ଛବିଶି
ଏ କଥା ମନେ ରଖିଛୁ ।
ସାଧାରଣତନ୍ତ୍ର କୁହାଯାଏ ପୁଣି
ଏକଥା ନ ଭୁଲି ଅଛୁ
ଲୋକମାନଙ୍କର ପାଇଁ ଏ ଶାସନ
ଆମେ ଦେଶ ଚଳାଉଛୁ ।।
