STORYMIRROR

Lata Behera

Abstract

4  

Lata Behera

Abstract

କର୍ଟକ ଦିବସ

କର୍ଟକ ଦିବସ

1 min
5


ପଞ୍ଚଭୂତେ ସିନା ଏ ଶରୀର ଗଡା

   ରୋଗର ସିଏ ତ ଘର

ଗୋଟିଏ ଲୋମରେ ଗୋଟିଏ ଯେ ରୋଗ

   ବାସ କରେ ନିରନ୍ତର ।


ଚିକ୍କଣ ଚାକ୍କଣ ଉପର ଚେହେରା

   ଆଖିକୁ ଦିଶେ ସୁନ୍ଦର 

ଭିତରଟା ଭରା ରୋଗର ସେ ଖଣି

   ଥାଏ ସବୁରି ଦେହର ।


ଜନମ ଠାରୁ ସେ ମରଣ ପର୍ଯ୍ୟନ୍ତ 

   ରହିଥାଏ ଶରୀରର

ଯେତେବେଳେ ସିଏ ପଦାକୁ ବାହାରେ

    କହନ୍ତି ରୋଗୀଣା ନର ।


ଏମିତି ରୋଗ ଯେ ଅନେକ ପ୍ରକାର

   ଶରୀରେ କରେ ବିହାର

ସବୁଠାରୁ ବଡ ମାରାତ୍ମକ ରୋଗ

   କର୍କଟ ନାମ ଯାହାର ।


ପ୍ରଥମରୁ ଚିକିତ୍ସା କରା ଗଲେ ତାକୁ

   ମିଳେ କିଛି ଉପକାର

ଔଷଧ ସେବନ ନିୟମିତ କରି

  ବଞ୍ଚି ଥାଏ ଧରାପର ।


ଏ କର୍କଟ ରୋଗ ଭରା ଦିଏ କଷ୍ଟ 

    ଥାଏ ଅନେକ ପ୍ରକାର

ଇଂରାଜୀରେ ଏଇ କର୍କଟ ରୋଗକୁ

   କାହାଯାଏ କ୍ୟାନସର ।


ନେବେଲ ପୁରସ୍କାର ମାଡାମ କ୍ୟୁରୀ

    ପୀଡିତ ଥିଲେ ରୋଗର

ବହୁ ଚେଷ୍ଟା ପରେ ବିଫଳ ହୋଇଲେ

    ଛାଡିଲେ ନର ଶରୀର ।


କର୍କଟ ରୋଗର ଉପଶମ ପାଇଁ 

   ରେଡିୟମକୁ ବାହାର

ପ୍ରୟୋଗ କରିଲେ ରୋଗର ଦେହରେ

   ମିଳିଥାଏ ଉପକାର ।


ବେଶି ଦିନ ରୋଗ ଶରୀରେ ରହିଲେ

   ମୃତ୍ୟୁ ନିଶ୍ଚିତ ତାହାର

ରୋଗକୁ କେବେବି ଲୁଚାଅନି କେହି

    କର ତାର ଉପଚାର ।


ଏମିତି ଜଣେ ତ କେହି ହେଲେ ନାହିଁ 

   ଗୋଗ ନାହିଁଟି ଶରରୀର

କହିତ ହୁଏନି ଯେ ପର୍ଯ୍ୟନ୍ତ ଆମେ

   ଯାଇନେ ଶମନପୁର ।


ରୋଗୀ ଠାରୁ କେବେ ଦୂରେଇ ଯାଅନି

   ରୋଗୀକୁ ଘୃଣା ନ କର

କିଏ କହି ପାରେ ଶେଷ ସମୟରେ 

   ନ ହେବ ଆମ ଶରୀର ।


କର୍କଟ ଦିବସ ଆଜିର ଏ ଦିନ

   ପାଳନ ହୁଏ ଦେଶର

ଏକତା ହୋଇବା ଲଢେଇ କରିବା

    ରୋଗକୁ କରିବା ଦୂର ।


ଈଶ୍ବରଙ୍କ ବରଦାନ ଏ ଶରୀର

    ରଖିବା ସଦା ନଜର

ଯେମିତି ଶରୀର ନୀରୋଗ ରହିବ

    ଧ୍ୟାନ ଦେବା ନିରନ୍ତର ।



Rate this content
Log in

Similar oriya poem from Abstract