Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Abstract

3  

Sarojini Mishra

Abstract

" ଡାକଘର

" ଡାକଘର

1 min
158



ମନେ ପଡ଼େ ସେଇ ପୁରୁଣା କଥା

ଗାଁ ଡାକ ଘର ମହତ୍ତ୍ଵ କଥା

ଛୋଟ ଚାଳ ଘରେ ବଡ଼ କାରବାର

ସମ୍ପର୍କ ସୂତ୍ରରେ ବନ୍ଧା ।


ଝୁଲୁଥାଏ ସେଇ ନାଲି ବାକସ

ସବୁରି ପାଇଁ ଯେ ଥାଏ ସନ୍ଦେଶ

ନାଲି ବାକସରେ ମୁଦା ଲଫାପା ରେ

କେତେ ଯେ ମନର ଭାଷ ।


ଆତ୍ମୀୟଙ୍କ ପାଇଁ ଟଙ୍କା ପଠିଆ

ସ୍ନେହ ଶରଧା ରେ ଫରମ ଲେଖା

ଟଙ୍କା ଦେବା ନେବା କରୁଥିଲା ସିଏ

ବିଶ୍ଵାସରେ ଭରା ଥିଲା ତା ଘଡ଼ା ।


ସାଇକେଲ ଧରି ସେ ଡାକବାଲା

ଡାକବାଲା ନୁହେଁ ଆତ୍ମୀୟ ଥିଲା

ଚିଠି ସଙ୍ଗେ ସିଏ ଖୁସୀ ବାଣ୍ଟିବାଣ୍ଟି

ସୁଖେ ଦୁଃଖେ ଭାଗୀଦାର ସେ ଥିଲା ।


ଯୁଗ ବଦଳିଲା ଉନ୍ନତ ହେଲା

ମନୁ ସ୍ନେହ ଶ୍ରଦ୍ଧା ଉଭେଇ ଗଲା

ଚିଠି ଲେଖା ମନ ହଜି ଯାଇ ପୁଣି

ସମୟ ସୂତ୍ର ଟି ଛୋଟ ହୋଇଲା ।


ଚାଳ ଡାକ ଘର ଛାତ ହୋଇଲା

ସେଠି ଚାକିରିଆ ପାଠୁଆ ହେଲା

ହେଲେ ଡାକ ଘର ପାଠୁଆ ମାଷ୍ଟର

ମାନସିକତା ଟି ବଦଳିଗଲା ।


ଡାକ ଘର ଆଜି ଖାଲି ପଡିଛି

ଡାକବାଲା ବାଟ କିଏ ଚାହୁଁଛି

ହାତ ଲେଖା ଦୁଇ ଧାଡି ଲେଖା ପାଇଁ

କାହା ମନ କୁହ ବିକଳ ଅଛି ।


ଡାକଘର ସଙ୍ଗେ ଗୁଢ ସମ୍ପର୍କ

ଅନୁଭବର ସେ ଅକୁହା ଭାବ

ଭାବ ଭାସିଗଲା ସଂପର୍କ ଅବୁଝା

ଡାକଘର ଆଜି ଅଟେ ନିଶ୍ଚୁପ ।


 


Rate this content
Log in