STORYMIRROR

Jyostna mishra

Abstract

3  

Jyostna mishra

Abstract

ବିବାହ

ବିବାହ

1 min
125


@ଡଃଜ୍ୟୋତ୍ସ୍ନା ମିଶ୍ର ବାଙ୍କୀ କଟକ

ବିବାହ ଅଟେ ବନ୍ଧନ ଏକ ସ୍ନେହ ର

ହାତରେ ନାଲି ଦୁଇପଟ ଶଙ୍ଖା

ମଥାରେ ଭରା ଥାଏ ସିନ୍ଦୁର ।


ଏତ ମର୍ଯ୍ୟାଦା ଦିଏ ଘରଣୀର

ବାନ୍ଧିବାର ଅନୁମତି ଟିଏ ଶ୍ରଦ୍ଧାର

ଆଜି ମଧ୍ୟ ଏକ ପରାମ୍ପରା ଏ ବାହାଘର ।


ପ୍ରେମ ସହ ଆଶ୍ରା, ସାଥି ଟିଏ ସାତ ଜନ୍ମ ର

ହୃଦୟ ନଦୀରେ ସହଯାତ୍ରୀ ଏକ ଭାବନାର,

ମହକଉ ଥାଏ ଏ ଯେ ଜନ୍ମ ଜନ୍ମାନ୍ତର ।


ଆଶା ଥାଏ ବିଶ୍ୱାସ ର ସହ

ଆଶଙ୍କାରେ ବୁଡି ରହେ

ମନର ଆବେଗ ବୁଝିଯେ ହୁଏନି,

ଏରୁଣ୍ଡିବନ୍ଧକୁ ଛାଡି କେ ରହିପାରେ ?


ସହଜ ପଥରେ ଜୀବନ ସାଥୀ କୁ

ହୃଦୟରେ ପୁଣି ଯୋଡିଦିଏ ।

ମାନ ଅଭିମାନ ପ୍ରୀତିର ପ୍ରଲେପ

ପଛକୁ ପକାଇ ଦୁଃଖେସୁଖେ ,

ହସର ଲହଡି ଖେଳୁଥାଏ ଓଠେ

ମନ ଥାଏ ପରା ବନ୍ଧୁ ପାଖେ ।


ବିବାହ ବନ୍ଧନ ପ୍ରେମ ନିବେଦନ

ଦଶ ଦିଗପାଳ ସାକ୍ଷୀ ରହେ

ସାକ୍ଷୀ ପୁଣି ରହେ ହୋମ ନିଆଁ,

ଟୋପାଏ ସିନ୍ଦୁର ସଜେଇ ଦିଏ ଯେ

ଅନ୍ୟ ପୁଣି ଏକ ନୂଆ ଦୁନିଆ ।


ଅଗ୍ନି କୁଣ୍ଡେ ଜ୍ୟୋତି ସାଥେ

ବ୍ରାହ୍ମଣ ର ମନ୍ତ୍ର ଗାନ

ହାତଗଣ୍ଠି ପରେ ସାତ ଫେରା ଆଣେ

ଅତୁଟ ଏ ବନ୍ଧନ ,ଅତୁଟ ଏ ବନ୍ଧନ।



Rate this content
Log in

Similar oriya poem from Abstract