ପିଲାଙ୍କ ପ୍ରଶ୍ନ
ପିଲାଙ୍କ ପ୍ରଶ୍ନ
ପିଲାଙ୍କ ପ୍ରଶ୍ନକୁ ଏଡାଇ ହୁଏନି
ବିଚକ୍ଷଣ ବୁଦ୍ଧିରେ ସେସବୁକୁ
ଉତ୍ତର ଦେବାକୁ ହୁଏ,
କେବେ ସତକହି ଅବା ମିଛକହି,
ପିଲାଦିନ ଅସରନ୍ତି ଗପର ପେଡିରୁ ,
ସାତତାଳ ପଙ୍କ ପୁଣିଫରୁଆ ଗପରୁ
ଅନେକ ଅସରନ୍ତି ପ୍ରଶ୍ନ,
ବୁଢୀ ଅସୁରୁଣୀ ସୁରକ୍ଷିତ ,
ଏକଥା ଯେ ବୁଝିହୁଏନି ।
ପ୍ରଶ୍ନ ସେତେବେଳେ ,
ଆଉ ବଡ ହେଇଯିବାପରେ
ଗପର ବିଷୟବସ୍ତୁ ବଦଳିଯାଏ ,
ଯାଦୁକର ଭେଳିକି ଦେଖି
ବିବଶ ହୋଇଯାଏ
ପିଲାମନ ,ଅନେକ ପ୍ରଶ୍ନ ଆସେ ମନରେ
ପାରା ରଙ୍ଗ ବଦଳେ କେମିତି ,ଧଳାପାରା ଝିଅ ହେବା ବାକ୍ସ ଭିତରୁ ବନ୍ଦ ହେବା ଲୋକ ଫେରେ କେମିତି ?
ଦିନ ଯାଏ ,ଅନେକ ପ୍ରଶ୍ନ ,ପ୍ରଶ୍ନ ହୋଇରୁହେ,
ଦିନ ରାତି ଅବୁଝା ଲାଗେ ,
ପିଲାଙ୍କୁ ସମୟ ଦରକାର ପଡେ
ପ୍ରଶ୍ନ ବି ବଦଳିଯାଏ ।
ଡିଜିଟାଲ ଯୁଗର ପିଲା
ପ୍ରଶ୍ନ ବି ମନକୁ ମନ ଅସୀମ ହୋଇଯାଏ
ପିଲାଦିନେ ପ୍ରଶ୍ନ ପଚାରୁଥିବା ପିଲାଟି ପାଖରେ
ଉତ୍ତର ଦେବା ଲୋକଟି ପ୍ରଶ୍ନ ହୋଇଯାଏ ,
କେବେ କେମିତି ,ଖୋଜାପଡେ
ଜରାଶ୍ରମ ରେ
ଅବାପୁରୁଣା ଗାଁର ଅଫିଟା କବାଟ ପାଖରେ ,
ପ୍ରଶ୍ନ ସେତେବେଳେ ଆସେ ଫୋନ୍ କଲେ
ବ୍ୟସ୍ତ ଅଛି ଫୋନ୍ ରେ ଶୁଣି
କାହିଁକି ଫୋନ୍ କଲ ନାହିଁ ବାବା ଆଉ ମାଆ ??
