ନିଜକୁ ପ୍ରଶ୍ନ
ନିଜକୁ ପ୍ରଶ୍ନ
ନିଜକୁ ଶକ୍ତ ବୋଲି ବୁଝାଇବାକୁ
ନିଜକୁ ପ୍ରଶ୍ନ ପଚାରିବାକୁ ପଡେ,
ମୁଁ କଣ ଚାହେଁ ?
ପ୍ରଶଂସା?
ସହାନୁଭୂତି ?
ନା ନିଜ
ସ୍ବାଭିମାନକୁ
ବଞ୍ଚାଇବା ଆଳରେ
ଖୋଳପା ଖୋଜେ ?
କିଏ ଗର୍ବୀ କହେ
କିଏ ଅହଂକାରୀ,
କିଏ କହେ ସ୍ବାଭିମାନୀ,
ସେତେବେଳେ ପ୍ରଶ୍ନ ହୁଏ ନିଜକୁ,
ମୁଁ ଭୂଲ !
ରାଗୀ ବୋଲି ଯୁକ୍ତି କରେ ?
ଯୁକ୍ତି କଲେ, ମୁଁ କଠୋର ?
ମୁଁ ପ୍ରଶଂସା ଖୋଜୁନି
ମୁଁ ମୁଣ୍ଡ ନୁଆଁଉନି,
ମୁଁ ଆତ୍ମହରା, ଗର୍ବୀ ?
ମୁଁ ଅଭିମାନୀ ?
ପ୍ରଶ୍ନ ନିଜକୁ
ପଚାରି ପଚାରି ମୁଁ ବଞ୍ଚିଛି,
ସତରେ
ନିଜକୁ କିଏ ପ୍ରଶ୍ନ ପଚାରେନି,
ଭାରି କଷ୍ଟକାମ,
ଅନ୍ୟ କୁ ପ୍ରଶ୍ନ କରିବା ତ
ଭାରି ସହଜ ।
ଅନ୍ଧାର ହେଲେ ଆଲୋକ ଦାୟୀ
ଆଲୋକ ଲାଗି ଅନ୍ଧାର ଦାୟୀ,
ମୁଁ ଭଲ ହେଲେ ପ୍ରଶ୍ନ .....ନହେଲେ ବି ପ୍ରଶ୍ନ
ମୁଁ ନିଜର ପରିଚୟ ପାଇଁ
ନିଜପ୍ରଶ୍ନ ର ଉତ୍ତର ଖୋଜୁଛି
ଆଗକୁ ଦୁଇପାଦ ଗଲେ
ଚିହ୍ନା ରାସ୍ତା ଅଚିହ୍ନା ରାସ୍ତାରେ
ନିଜକୁ ନୁହେଁ ଅନ୍ୟ କୁ
ସହଜରେ ପ୍ରଶ୍ନ ପଚାରିହୁଏ ,
ନିଜଭିତରେ ଅଡ଼ୁଆ ସୂତା ରୁ
ଉତ୍ତର ଖୋଜୁଖୋଜୁ
ଚୁପଚାପ ରହିବାକୁ ହୁଏ,
ଆଉ ତା ପରେ ଯେଉଁ ଉତ୍ତର ମିଳେ
ସେଇଟା ଥାଏ ବିବେକ ର
ସବୁଠାରୁ ଶ୍ରେଷ୍ଠ ଉତ୍ତର ।।
