STORYMIRROR

Jyostna mishra

Others

4  

Jyostna mishra

Others

ଶେଷ ପ୍ରଶ୍ନ

ଶେଷ ପ୍ରଶ୍ନ

1 min
381


ତୁମ ଅପେକ୍ଷାରେ ଥିଲି

ଅନେକ କଥାର ଉତ୍ତର ପାଇଁ,

କିନ୍ତୁ ମୋ ଧୈର୍ଯ୍ୟ ନାହିଁ,

ଏତେ ପ୍ରଶ୍ନ ର ପ୍ରାଚୀରକୁ

ଛୁଇଁ ଯିବା ପାଇଁ ।

ତୁମେ ବୁଝି ବି ଅବୁଝା

ମନରେ ଆଶା ଓ ବିଶ୍ୱାସ

କିନ୍ତୁ ମୋ ଲାଗି ତୁମ ଆଖି ତଳେ,

ସହାନୁଭୂତି ର ଝଲକ।

ମାଟି ଓ ଆକାଶ ଦୂରତା ଭିତରେ

 ବଉଦ ଫାଙ୍କ ରୁ ଝରିପଡୁଥିବା

ଟୋପା ଟୋପା ଜଳ,

ସବୁଥିଲା ମୋହାତ ପାପୁଲିରେ ।

ଭାରି କଠିନ ଏ ପ୍ରଶ୍ନ ପଚାରିବା

ଆଉ ତା ଉତ୍ତର ମନକୁ ଛୁଇଁବା,

କେବେ ଆସିବ ଶେଷ ପ୍ରଶ୍ନ ?

ଅଡୁଆ ସୂତା ଭିତରୁ ଅଣନିଶ୍ବାସୀ ହୋଇ

ବାହାରି ଆସିବାକୁ ,

ବୁଢିଆଣୀର ଅନେକ ପ୍ରଚେଷ୍ଟା

ପ୍ରଜାପତି ନୁହେଁ ଉଡିଯିବ ସୂତାସହ ।

ମୁଁ ବି ଚେଷ୍ଟା କରେ,

ଏଡେଇ ଯିବାକୁ ତୁମ ଶେଷ ପ୍ରଶ୍ନ ,

ମୋ ମନ ଏବେବି କହୁଛି

ପ୍ରଜାପତି ପରି ଉଡି ଯାଆ,

ନିଜ ଆତ୍ମା କୁ କହ ବିନା ଉତ୍ତର ରେ

ଉଡିଯାଆ ବହୁତ ଦୂରକୁ,

ଆହୁରି ଦୂରକୁ,ଦୂରକୁ

ସେହି ଶେଷ ପ୍ରଶ୍ନ ସହ,

ଭାବୁଛି ତୁମ ସହ ଶେଷ

କେବେ ହେବ ଶେଷ ଦେଖା

ଥିବ ବୋଧେ ମୋ ପାଇଁ "ଶେଷ ପ୍ରଶ୍ନ" ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍