ସ୍ମୃତି ଓ ପ୍ରଶ୍ନ
ସ୍ମୃତି ଓ ପ୍ରଶ୍ନ
ସ୍ମୃତି ସବୁ ଥାଏ ଗନ୍ତାଘର ଭଳି
ଅନୁଭୂତି ରହେ କିଛି ସ୍ମୃତି,
ସ୍ମୃତି କିଛି ବିଶ୍ୱାସ ର ଘର ଲାଗେ
ମାୟା ଭଳି ଲାଗେ ପରା ସ୍ମୃତି ।୧।
ସ୍ମୃତି ଗଭୀରତା ସମ୍ପର୍କର ଡାଳେ,
ସ୍ମୃତି ଅଟେ ଭାବନାର ଖିଅ,
ମନର ମାୟାରେ ସ୍ନେହ ଡୋରୀ ସବୁ
ସ୍ମୃତି ରେ ବଞ୍ଚିବା ରହେ ଲୟ ।୨।
ପ୍ରଶ୍ନ ମାଳା ସାଥେ ସ୍ମୃତି ର ବଳୟ
ମହକଇ ଯାଏ ପୂର୍ବ କଥା,
କିଏସେ ଜାଣିଛି କେଉଁ ରୂପେ ଅବା
ନିଜ ଦୁଃଖ ର ଏ ନାଶେ ବ୍ୟଥା ।୩।
ଅବାନ୍ତର ପ୍ରଶ୍ନ ଉଠେ ମନେ ଯେବେ
ଅତୀତ ର କଥା ମନେ ଜାଗେ ,
କେମିତି କାହାର ଜୀବନ ବିତୁଛି
କିଏସେ ଯାଉଛି କେଉଁ ଧାଗେ ।୪।
ଆଖିର ଝଲକେ ସ୍ମୃତି ରହିଥାଏ
ରହି ରହି ସବୁ ମନେ ପଡେ ,
ମାନସ ପଟରୁ ହଟିଯାଏ ନାହିଁ
ଦୁଃଖ ରେ ସତେକି ଭାଙ୍ଗି ପଡେ ।୫।
ପ୍ରଶ୍ନ ସବୁ ଖାଲି ଅତୀତରେ ଥାଏ
ଇଛା ସବୁ ହୁଏ ପ୍ରତାରଣା ,
ସଂସାର ରେ ସିନା ବଞ୍ଚିବାକୁ ପଡେ
ସ୍ମୃତି ଲାଗି ହୁଏ ବାଟ ବଣା ।୬।
